ନବରଙ୍ଗପୁରରୁ ବିଜୱାଡା ଚାଲିଲା ନୂଆ ବସ
ାା ପ୍ରଭାନୁ୍ୟଜ ।ା ନବରଙ୍ଗପୁର: ସ୍ଥାନୀୟ ଓଏସଆର୍ଟିସି ବସ ଡିପୋ ଠାରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବା ଯୋଜନା ଅନ୍ତର୍ଗତ ନବରଙ୍ଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ଭଲଭୋ ଅତ୍ୟାଧୁନିକ ବସ ସେବାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ପତାକା ଦେଖାଇ ବସ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଅନ୍ୟତମ ସମ୍ମାନିତ ଅତିଥି ବିଧାୟକ ଗୌରୀ ଶଙ୍କର ମାଝୀ, ବିଧାୟକ ନରସିଂହ ଭତ୍ରା ଯୋଗ ଦେଇଥିଲେ । ଏହି ବସ ସେବା ଯୋଗୁଁ ନବରଙ୍ଗପୁର, ଜୟପୁର, କୋରାପୁଟ ଅଂଚଳର ଅନେକ ଯାତ୍ରୀ, ବ୍ୟବସାୟୀ ଲାଭବାନ ହେବେ । ଆରାମଦାୟକ ଯାତ୍ରା କରିପାରିବେ । ଏଥିରେ ପୁରୁଷ ଯାତ୍ରୀଙ୍କ ପାଇଁ ୧୨୭୮ ଟଙ୍କା ଏବଂ ମହିଳା ଯାତ୍ରୀଙ୍କ ପାଇଁ ୬୩୯ ଟଙ୍କା ( ୫୦% ପ୍ରତିଶତ କମ) ଭଡା ରହିଛି । ଏହି ବସ ନବରଙ୍ଗପୁର ଠାରୁ ଅପରାହ୍ନ ୩.୩୦ ମି ସମୟରେ ବାହାରି ବୋରିଗୁମ୍ମା, ଜୟପୁର, କୋରାପୁଟ, ବିଶାଖାପାଟଣା ଦେଇ ବିଜୟୱାଡ଼ାରେ ସକାଳ ୮ଟା ସମୟରେ ପହଞ୍ଚିବ ଏବଂ ବିଜୟୱାଡ଼ାରୁ ଅପରାହ୍ନ ୩.୧୫ ମି ସମୟରେ ବାହାରି ନବରଙ୍ଗପୁରରେ ଭୋର ୫ଟା ସମୟରେ ପହଞ୍ଚିବ । ଏହି ଶୁଭାରମ୍ଭ ଉସôବରେ ନବରଙ୍ଗପୁର ଡିଟିଏମ ସନ୍ତୋଷ କୁମାର ନାୟକ, ଏଟିଏମ ଶୁଭମ୍ କର, ଜୟପୁର ଡିଟିଏମ ଶ୍ରୀନିବାସ ପାଣିଗ୍ରାହୀ, ଡିଆଇପିଆର୍ଓ ମନୋଜ କୁମାର ବେହେରାଙ୍କ ସମେତ ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।