ଦୁଇଦିନ ବ୍ୟାପୀ ନାଟକ ମଞ୍ଚସ୍ଥ
ବରୀ : ବରୀ ବ୍ଲକ ଚନ୍ଦନପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣ ଡ୍ରାମାଟିକ୍ କ୍ଲବ ହାଟସାହି ଆନୁକୂଲ୍ୟରେ ଦୁଇ ଦିନ ବ୍ୟାପୀ ନାଟକ ମଞ୍ଚସ୍ଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାଃ କୃଷ୍ଣ ବୋଲି ଯାଉଜୀବ ଓ ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟିଏ ନାଟକ ମଞ୍ଚସ୍ଥ ହୋଇଥିଲା । ଏହାକୁ ଡଃ ପ୍ରମୋଦ କୁମାର ଦାସଙ୍କ ବଳିଷ୍ଠ ନିଦେ୍ର୍ଦଶନାରେ ଉଦଯାପିତ ହୋଇଯାଇଛି । ଦୁଇଦିନ ବ୍ୟାପି ନାଟକ ବେଶ ଲୋକ ଆଦୃତ ହୋଇଥିଲା । ଉଦଯାପନୀ ସନ୍ଧ୍ୟାରେ ଚନ୍ଦନପୁର ସରପଞ୍ଚ ଚପଳା ମଲ୍ଲ, ସମିତିସଭ୍ୟା ଶୁଭଶ୍ରୀ ସାମନ୍ତ ସିଂହାର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଫିତାକାଟି ନାଟକ ମଞ୍ଚକୁ ଶୁଭ ଉଦଘାଟନ କରିଥିଲେ । ଏକ ସଂକ୍ଷିପ୍ତ ସଭାରେ ଲକ୍ଷ୍ମୀନାରାୟଣ ପୂଜା କମିଟିର ସଭାପତି କେଶବ ମହାନ୍ତି ଓ ସମ୍ପାଦକ ଅନିରୁଦ୍ଧ ମଲ୍ଲ ତଥା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ରହି ନାଟକ ଓ କଳା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଡ୍ରାମା କମିଟିର ମୁଖ୍ୟ ଉପଦେଷ୍ଟା ମନୋଜ ମଲ୍ଲ ଓ ପରିଚାଳକ ଅଜୟ ମଲ୍ଲ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ କମିଟି ସଦସ୍ୟ ବଳରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।