ବିଧାୟକଙ୍କ ଦ୍ୱାରା ନୂତନ ପ୍ରକଳ୍ପର ଶିଳାନ୍ୟାସ

ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ନିର୍ବାଚନ ସମୟରେ ସଦର ବିଧାୟକ ମାନସ କୁମାର ଦତ୍ତ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ବାହାବଳପୁର ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରସ୍ତାବିତ ଏଣ୍ଡରାଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଗତ ନୂଆଗାଁ ଗ୍ରାମର ଜଳଉତ୍ସ ଖନନର ସେ ଶୁଭ ଦେଇଥିଲେ । ଏହି ପ୍ରକଳ୍ପ ଅନ୍ତର୍ଗତ ଗ୍ରାମର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ ବୋଲି ଶ୍ରୀ ଦତ୍ତ ଆୟୋଜିତ କାର୍ଯ୍ୟକ୍ରମରେ କହିଥିଲେ । ଏହା ସହିତ ବିଧାୟକ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ପ୍ରସ୍ତାବିତ ଏଣ୍ଡରାଇର ପ୍ରଗତି ଯୁବକ ସଂଘ କମୁ୍ୟନିଟି ସେଣ୍ଟର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ସମସ୍ତ ପ୍ରକଳ୍ପକୁ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଅଧିକାରୀ ଓ ଠିକାଦାରଙ୍କୁ ବିଧାୟକ ଶ୍ରୀ ଦତ ନିଦେ୍ର୍ଦଶ ଦେଇଛନ୍ତି  । ବିଗତ ୨୪ବର୍ଷ ମଧ୍ୟରେ ଗ୍ରାମଞ୍ଚଳରେ ଲୋକଙ୍କ ସମସ୍ୟାକୁ ଅଣଦେଖା କରାଯାଇଛି  । ରାଜ୍ୟର ନୂତନ ଭାବେ ଦାୟିତ୍ୱ ନେଇଥିବା ଲୋକଙ୍କ ସରକାର ଜନସାଧାରଣଙ୍କ ପ୍ରତ୍ୟେକ ସମସ୍ୟା ସମାଧାନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି  ବୋଲି ଶ୍ରୀ ଦତ୍ତ କହିଛନ୍ତି  । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀ, ସରପଞ୍ଚ ରାମ ନାରାୟଣ ଦିବେଦି, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ବିମଲ ସାହୁ, ରଶ୍ମିତା ମଣ୍ଡଳ, ସୁଶୀଲ ମଣ୍ଡଳ, ଶୁଭ୍ରାଂଶୁ ବାରିକ, ଶଶିକାନ୍ତ ବାରିକ, ଗଣେଶ ମାଇତି, ଗଣେଶ ପାଳ, ଅଲେଖ ସାହୁ, ରଞ୍ଜିତା ବାରିକ ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।