ସହରରେ ବୁଲିଲା ଶିକ୍ଷା ରଥ

ଚମ୍ପୁଆ : ଏପ୍ରିଲ ୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ ଅବସରରେ ଆମ ମହାନ ସଂସ୍କୃତି ଓ ପରମ୍ପରାର ଉସôବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷିରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ୍ୟ ଏବଂ ମହିଳା ଶିଶୁ ବିକାଶ ବିଭାଗ ଆନୁକଲ୍ୟାରେ ଖଡି ଛୁଆଁ ଉସôବ ଏବଂ ପ୍ରବେଶ ଉସôବ ୨ ତାରିଖରେ ପାଳନ କରାଯାଇଛି । ଶିକ୍ଷା ସଚେତନତା ପାଇଁ ତଥା ସମଗ୍ର ଶିକ୍ଷା ଲକ୍ଷ୍ୟ ନେଇ ଶିକ୍ଷା ବିଭାଗ ପକ୍ଷରୁ ଏକ ରଥ ୫ ଦିନ ଧରି ଚମ୍ପୁଆ ବ୍ଲକ ପରିକ୍ରମା କରିଛି । ଆଜି ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡାଙ୍କ ନେତୃତ୍ୱରେ ତଥା ବ୍ଲକ ଶିକ୍ଷାଅଧିକାରୀ ପ୍ରକାଶ ସାହୁଙ୍କ ପରିଚାଳନାରେ ଏହି ଶିକ୍ଷା ରଥ ସକାଳ ୭.୩୦ ମିନିଟରେ ମହତାବ ଉଚ୍ଚ ବିଦ୍ୟାଳୟରୁ ବାହାରି ଚମ୍ପୁଆ ସହର ପରିକ୍ରମା କରିଥିଲେ । ଶତାଧିକ ଛାତ୍ରଛାତ୍ରୀ ଏହି ରଥ ପରିକ୍ରମାରେ ସାମିଲ ହେବା ସହିତ ସଭିଏଁ ସ୍କୁଲ ଯିବା ନିମନ୍ତେ ବାର୍ତ୍ତା ବାଣ୍ଟି ଜନସାଧାରଣଙ୍କୁ ସଚେତନ କରିଥିଲେ ।