ନାବାଳିକା ନିଖୋଜ
କୁଆଖିଆ : ଏହି ଥାନା ସାନ ତ୍ରିଲୋଚନପୁର ଗ୍ରାମର ଭାଗୀରଥୀ ପାଣିଙ୍କ ପ୍ରିୟାଣୀ(୧୭) ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଗତ ୧୮ତାରିଖରୁ ନାବାଳିକା ଘରୁ କେଉଁଆଡେ ପଳେଇ ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଯଦି କୌଣସି ବ୍ୟକ୍ତି ଉକ୍ତ ନିଖୋଜ ନାବାଳିକାଙ୍କ ସମ୍ବନ୍ଧରେ ଖବର ପାଆନ୍ତି, ତେବେ କୁଆଖିଆ ଥାନାକୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।