ଫାର୍ମରେ କୁକୁଡ଼ା ମଡକ : ମଲା କୁକୁଡ଼ା ବିକ୍ରି କରିବାକୁ ମାଲିକଙ୍କ ମସୁଧା

ାା ପ୍ରଭାନୁ୍ୟଜ ।ା ଧର୍ମଶାଳା : ଧର୍ମଶାଳା ବ୍ଳକ ପ୍ରତାପୁର ସ୍ଥିତ ଏକ କୁକୁଡ଼ା ଫାର୍ମରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରି ପଡ଼ିଥିବା ଦେଖିବାକୁ ମିଳିଛି । ଗଲା ୪ ଦିନ ହେଲା ଏହି କୁକୁଡ଼ା ଫାର୍ମରେ ମରିପଡ଼ିଥିବା ବେଳେ ଅଦ୍ୟାବଧି ଏଗୁଡିକୁ ମାଲିକ ପୋତିବାର ନାଁ ଗନ୍ଧ ଧରୁ ନାହାନ୍ତି । ଏହାପଛରେ ମଲା କୁକୁଡ଼ାକୁ ବିକ୍ରି କରିବାର ମସୁଧା କରାଯାଉଥିବାର ଅଭିଯୋଗ ହେଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଧର୍ମଶାଳା ବ୍ଳକ ସୁନ୍ଦୁରିଆ ପଞ୍ଚାୟତ ଅନ୍ତର୍ଗତ ପ୍ରତାପପୁର ଗ୍ରାମରେ ଥିବା କୁକୁଡ଼ା ଫାର୍ମରେ ମରିପଡ଼ିଛନ୍ତି ହଜାର ହଜାର କୁକୁଡ଼ା ଯୋଗୁ ସ୍ଥାନୀୟ ଅଞ୍ଚଳ ଦୁର୍ଗନ୍ଧ ହେଉଛି । ଲୋକେ ଏଠାରେ ରହିବା କଷ୍ଟକର ହୋଇପଡୁଛି । ଏହାକୁ ନେଇ ଗ୍ରାମବାସୀମାନେ ଆଜି ଫାର୍ମ ମାଲିକକୁ ଘେରିଥିଲେ । ମଲା କୁକୁଡ଼ା ଗୁଡିକ ଏଠାରେ ପଡିରହିବା ଯୋଗୁ ସ୍ଥାନୀୟ ଅଞ୍ଚଳ ଦୁର୍ଗନ୍ଧମୟ ହୋଇପଡୁଛି ।ତୁରନ୍ତ ଏଠାରୁ ମଲା କୁକୁଡ଼ା ଗୁଡିକୁ ହଟାଇବା ଲାଗି ଦାବି କରିଥିଲେ । ଯାହାକୁ ନେଇ ଆଜି ମାଲିକ ସହିତ ଗ୍ରାମବାସୀଙ୍କ ଯୁକ୍ତିତର୍କ ହୋଇଥିଲା । ଏହି କୁକୁଡ଼ା ଗୁଡିକ ପଶୁପତି କମ୍ପାନୀ ଠାରୁ ଆସିଛି । ପଶୁପତିର ଅଧିକାରୀ ମାନେ ଆସି ଦେଖିବା ପରେ ବୀମା କ୍ଲେମ କରାଯାଇ ମଲା କୁକୁଡ଼ା ଗୁଡାକୁ ଏଠାରୁ ଉଠାଇ ନିଆଯାଇ ଅନ୍ୟତ୍ର ପୋତା ଯିବ ବୋଲି ଫାର୍ମ ମାଲ୍ଲିକ କହିଛନ୍ତି । ତେବେ ଦୀର୍ଘ ୪ ଦିନ ହେଲା ନିଜସ୍ୱ ଫାଇଦା ଲାଗି ମଲା କୁକୁକୁଡ଼ା ଗୁଡିକୁ. ଏଠାରେ ପକାଇ ରଖି ଅଞ୍ଚଳକୁ ପ୍ରଦୂଷିତ କରିଲୁଥିବା ମାଲିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।