୧୭୩ ଛାତ୍ରଛାତ୍ରୀ ଅନୁପସ୍ଥିତ
ନୂଆପଡ଼ା: ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ମୋଟ ୧୫୩ ହାଇସ୍କୁଲର ୬୫୬୧ ଜଣ ଛାତ୍ରଛାତ୍ରୀ ୫୩ ପରୀକ୍ଷା କେନ୍ଦ୍ରପରୀକ୍ଷା ଦେବାକୁ ରହିଥୁଲା । ତେବେ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ବିଷୟରେ ୧୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି । ସେହିପରି ନୂଆପଡ଼ା ବ୍ଳକରେ ୧୬୬୦, କୋମନାରେ ୧୦୨୦, ଖଡ଼ିଆଳରେ ୧୩୮୫, ସିନାପାଲିରେ ୧୨୦୫ ଓ ବୋଡ଼ନ ବ୍ଳକରେ ୧୨୯୧ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମଫିଲପ କରିଥିଲେ । ଆଜି ପ୍ରଥମ ଦିନ ପରୀକ୍ଷାରେ ୬୩୮୮ ଜଣଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେଥିରୁ ନୂଆପଡ଼ା ବ୍ଲକରେ ୧୬୨୦, କୋମନାରେ ୯୮୯, ଖଡ଼ିଆଳରେ ୧୩୫୮, ସିନାପାଲିରେ ୧୧୬୯ ଓ ବୋଡ଼ନ ବ୍ଲକରେ ୧୨୫୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏଭଳି ଆଜି ସ୍ଥିତ ଜିଲ୍ଲାରେ ୧୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥି ରହିଛନ୍ତି । ସେଥୁରୁ ନୂଆପଡ଼ା ବ୍ଳକରେ ରେ ୪୦, କୋମନାରେ ୩୧, ଖଡ଼ିଆଳରେ ୨୭, ସିନାପାଲିରେ ୩୬ ଓ ବୋଡ଼ନ ବ୍ଲକରେ ୩୯ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇନାହାନ୍ତି । ତେବେ, ଏତେ ସଂଖ୍ୟକ ପରୀକ୍ଷାର୍ଥୀ କେମିତି ଅନୁପସ୍ଥି ରହିଲେ, ତାକୁ ନେଇ ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି । ଚଳିତ ବର୍ଷ ପରୀକ୍ଷାକୁ ସୁରୁଖୁରୁରେ ପରିଚାଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଏଭଳି ମାଧ୍ୟମିକ ବୋର୍ଡ, ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତରଫରୁ କପିମୁକ୍ତ ପରୀକ୍ଷା ପାଇଁ ତିନୋଟି ସ୍ଟାର୍ଡ ଗଠନ ହୋଇଛି । ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରରେ ସୁଚାରୁରୂପେ ପରୀକ୍ଷା ସମ୍ପାଦନ ପାଇଁ ସିସିଟିଭି କ୍ୟାମେରା ଲାଗିଥିବା ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁଏ ସୂଚନା ଦେଇଛନ୍ତି ।