ଖୋଲିବନି ମଦ ଦୋକାନ : ଚିନ୍ତାରେ ମଦୁଆ

Liquour shop

ଖୋଲିବନି ମଦ ଦୋକାନ : ଚିନ୍ତାରେ ମଦୁଆ

ଭୁବନେଶ୍ୱର : ସଂଶୋଧିତ ହେବ ନୂଆ ଅବକାରୀ ନୀତି  । ପୁରୀ ବେଳାଭୂମିରେ ମଦ କୁଡ଼ିଆକୁ ନେଇ ବିଭିନ୍ନ ଅନୁଷ୍ଠାନ ଗର୍ଜିବା ପରେ ସରକାର ମତ ବଦଳାଇଛନ୍ତି  । ପୁରୀ ବେଳାଭୂମି କିମ୍ବା ପୌରାଞ୍ଚଳରେ ମଦ ଦୋକାନ ଖୋଲିବାକୁ ସରକାର ଅନୁମତି ଦେବେନାହିଁ  । ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଆଖି ଆଗରେ ରଖି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି  ।

ସେହିପରି ରାଜ୍ୟର ଅନ୍ୟ ଧାର୍ମିକ ସ୍ଥଳୀର ୫ କିମି ପରିଧି ମଧ୍ୟରେ ମଧ୍ୟ ମଦଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ  । ଏନେଇ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି  । ଏସଂକ୍ରାନ୍ତରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତିଯେ, ଇକୋ ରିଟ୍ରିଟ୍‌କୁ ଆଖି ଆଗରେ ରଖି ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଥିଲେ  । କିନ୍ତୁ ଲୋକଙ୍କ ଭାବାବେଗକୁ ଆଖି ଆଗରେ ରଖି ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେବେନାହିଁ  ।