ମହମ୍ମଦଙ୍କ ଜୟନ୍ତୀ ପାଇଁ ବୈଠକ
ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: ଚଳିତମାସ ୧୬ ତାରିଖ ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜନ୍ମଜୟନ୍ତୀ ପାଳନ ନିମନ୍ତେ ବ୍ରହ୍ମବରଦା ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରିଣୀ ଅଂଶୁମାଳା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତବୈଠକରେ ମହମ୍ମଦଙ୍କ ଜୟନ୍ତୀ ଦିନ ସଂଖ୍ୟାଲଘୁ ସମ୍ପ୍ରଦାୟ ତରଫରୁ ଅନୁଷ୍ଠିତ ହେବାକୁଥିବା ଶୋଭାଯାତ୍ରା କିପରି ଶାନ୍ତି ଶୃଙ୍ଖଳା ସହ ଗ୍ରାମର ପ୍ରମୁଖ ଅଞ୍ଚଳ ପରିକ୍ରମା କରିବ ସେ ନେଇ ଶ୍ରୀମତୀ ଦାସ ଉପସ୍ଥିତ ଥିବା ଗ୍ରାମର ମୁରବି ମାନଙ୍କ ସହିତ ଆଲୋଚନା କରିଥିଲେ । ତା ସହିତ ଶୋଭାଯାତ୍ରା ସମୟରେ ଉଭୟ ପଞ୍ଚାୟତର ମସଜିଦ ପରିଚାଳନା କମିଟି କର୍ମକର୍ତା ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଗ୍ରାମରେ ଭାଇଚାରା ବଜାଇ ରଖିବା ଓ ଆନନ୍ଦ ଉଲ୍ଲାସର ସହ ମହମ୍ମଦ ଜୟନ୍ତୀ ପାଳନ କରିବା ପାଇଁ ଥାନା ଅଧିକାରିଣୀ ଶ୍ରୀମତୀ ଦାସଙ୍କୁ ପ୍ରତିଶୃତି ଦେଇଥିଲେ । ଉକ୍ତ ଦିନ ଶୋଭାଯାତ୍ରାଟି ବ୍ୟାଙ୍କ ଛକ, ଆରାମବାଗ ଓ ଆଜାଦ ନଗର ଆଦି ବିବିନ୍ନ ମସଜିଦ ନିକଟରୁ ସକାଳ ୭ରୁ ଆରମ୍ଭ ହୋଇ ସକାଳ ୯ଟା ମଧ୍ୟରେ ଶେଷ ହେବ ବୋଲି ଥାନା ଅଧିକାରିଣୀ ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି । ବୈଠକରେ ବ୍ରହ୍ମବରଦା ଓ ମହେଶ୍ୱରପୁର ପଞ୍ଚାୟତର ଉଭୟ ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ସତାଧିକ ବରିଷ୍ଠ କର୍ମକର୍ତ୍ତା, ଜନପ୍ରତିନିଧି ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ ।