ମା' ଗଜଲକ୍ଷ୍ମୀଙ୍କ ଭସାଣି , ଆଜ୍ଞାଲଡୁ ୧,୬୮,୦୬୮ଟଙ୍କାରେ ନିଲାମ
ାା ପ୍ରଭାନୁ୍ୟଜ୍ ।ା ତାଳଚେର: ତାଳଚେର ବ୍ଲକ କଳମଛୁଇଁ ଗ୍ରାମରେ ମାଆ ଗଜଲକ୍ଷ୍ମୀଙ୍କର ଭସାଣି ଉସôବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି । ଚଳିତ ମାସ ୧୬ ତାରିଖରୁ ଗ୍ରାମର ୧୬ଟି ମଣ୍ଡପରେ ଦୀର୍ଘ ନଅ ଦିନ ଧରି ମାଆ ଧନଦାତ୍ରୀ ପୂଜା ପାଉଥିଲେ । ସମସ୍ତ ମେଢ ଦେଉଳଛକ ମେଲଣ ପଡିଆରେ ଏକତ୍ରିତ ହେବା ପରେ ମା’ଙ୍କ ମୃଣ୍ମୟୀ ପ୍ରତିମାଗୁଡିକୁୁ ବିଧି ମୁତାବକ ପୂଜାର୍ଚ୍ଚନା କରା ଯାଇଥିଲା । ଏହାପରେ ଲକ୍ଷ୍ମୀପୂଜା କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ମା’ ଗଜଲକ୍ଷ୍ମୀଙ୍କର ଆଜ୍ଞାଲଡୁକୁ ନିଲାମ କରାଯାଇଥିଲା । ମଝିକା ଗ୍ରାମର ଅରବିନ୍ଦ ପ୍ରଧାନ ସର୍ବାଧିକ ୧,୬୮,୦୬୮ଟଙ୍କାରେ ମାଆଙ୍କ ଆଜ୍ଞାଲଡୁକୁ ନିଲାମରେ ନେଇଥିଲେ । ପରେପରେ ଦିନ ବାରଟା ତିରିଶ ମିନିଟ ବେଳେ ମେଢ଼ଗୁଡିକ କ୍ରମାନ୍ୱୟରେ ପଛକୁ ପଛ ବାହାରି ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଭିନ୍ନ ଲୋକନୃତ୍ୟ, ବ୍ୟାଣ୍ଡ ପାର୍ଟି ଓ ଆଧୁନିକ ସଂଗୀତରେ ତାଳେତାଳେ ସମଗ୍ର ଗ୍ରାମ ଉସôବ ମୁଖରିତ ହୋଇ ଉଠିଥିଲା । ପଶ୍ଚିମବଙ୍ଗର ଢୋଲଚି ବାଦ୍ୟ, ଜୁନାଗଡ, ସୋନପୁର, ବରପାଲି ଓ ବଲାଙ୍ଗୀରର ଦୁଲଦୁଲି ବାଦ୍ୟ, କୋଲକତାର ରାଜସ୍ଥାନୀ ନୃତ୍ୟ ଓ ସୁନାବେଡାର ଢେନସା ଆଦିବାସୀ ନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା । ଗ୍ରାମର ମହିଳାମାନେ ନିଜ ଘର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରି ଫୁଲ,ଚାଉଳ ବନ୍ଦାପନା କରି ମାଆ ମହାଲକ୍ଷ୍ମୀଙ୍କୁ ବିଦାୟ ଦେଇଥିଲେ । ଭସାଣି ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା ।