ବାର୍ଷିକ ଉସôବରେ ରୁଦ୍ର ପାଣିଙ୍କ ଯୋଗଦାନ 

 ଅନୁଗୁଳ  : ଅନୁଗୁଳ ବ୍ଲକ ଅନ୍ତର୍ଗତ ଟାଇଁସି ତ୍ରିବେଣୀ ବିହାରଠାରେ ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ପଞ୍ଚବିଂଶତମ ବାର୍ଷିକ ଉସôବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି  । ଶାନ୍ତି ଆନନ୍ଦ ଆଶ୍ରମର ବାବାଜୀ ଜଗଦାନନ୍ଦ ଦାସ ମହାରାଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉସôବରେ କରମଳା ଆଶ୍ରମର ବରିଷ୍ଠ ନାମାଚାର୍ଯ୍ୟ ସାଧୁ ଅନ୍ତର୍ଯ୍ୟାମୀ ଦାସ ମହାରାଜ, ଅକ୍ଷୟ ଦାସ ମହାରାଜଙ୍କ ପୌରହିତ୍ୟରେ କଳସ ଯାତ୍ରା, ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ପ୍ରବଚନ ଭାବେ ବାବାଜୀ ବୁଦ୍ଧଦେବ ଦାସ ମହାରାଜ, ଶ୍ରୀହରି କଥାମୃତ ପ୍ରବଚନ ପରିବେଷଣ କରି ଭକ୍ତମାନଙ୍କୁ ଈଶ୍ୱରଙ୍କ ଶରଣାପନ୍ନ ଓ ଭକ୍ତି ମାର୍ଗର ଦିଗ୍ ଦର୍ଶନ ପ୍ରଦାନ କରିଥିଲେ  । ଏହି ଉତ୍ସବରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରି ବିଭୁକୃପା ଲାଭ କରିବା ସହ ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ, ଇଷ୍ଟପ୍ରେମୀ ତଥା ସ୍ଥାନୀୟ ଅଞ୍ଚଳର ଜନସାଧରଣଙ୍କ ଶୁଭ କାମନା ପୂର୍ବକ ଠାକୁର ଶ୍ରୀ ଅଭିରାମ ପରମହଂସଙ୍କ  ନିକଟରେ ପ୍ରାର୍ଥନା ନିବେଦନ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ସମ୍ୱଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ସୋମନାଥ ରାଉତ, ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ୍ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ  । ଆଶ୍ରମ ସଭାପତି ନିଶାକର ଦେହୁରୀ, ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ସାହୁ, ଅଦୈତ୍ୟ କୁମାର ପ୍ରଧାନ, ମୋହନି ପ୍ରଧାନ, ଅମରେଶ ସାହୁ, ଚିତ୍ତରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଦେବରାଜ ସାହୁ, ତ୍ରିଲୋଚନ ପ୍ରଧାନ, ବେଦବ୍ୟାସ ପ୍ରଧାନଙ୍କ ସମେତ ବହୁ ଭକ୍ତ, ଶ୍ରଦ୍ଧାଳୁ ଯୋଗଦାନ କରି ଉସôବ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ  ।