ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପାଟଣାରେ ମେଗା ଷ୍ଟିଲ୍‌ ପ୍ଳାଣ୍ଟ

mohan charan majhi

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପାଟଣାରେ ମେଗା ଷ୍ଟିଲ୍‌ ପ୍ଳାଣ୍ଟ

ଭୁବନେଶ୍ୱର : କେନ୍ଦୁଝରରେ ହେବ ମେଗା ଷ୍ଟିଲ୍‌ ପ୍ଳାଣ୍ଟ  । ହେଲେ କେଉଁଠି ହେବ ତାହା କିନ୍ତୁ ସ୍ପଷ୍ଟ ହୋଇନଥିଲା  । ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ପାଟଣାରେ ହିଁ ମେଗା ଷ୍ଟିଲ୍‌ ପ୍ଳାଣ୍ଟ ହେବବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  ।

ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି  । ସେ କହିଛନ୍ତିଯେ, କେନ୍ଦୁଝର ଜିଲ୍ଲାରେ ଅନେକ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି  । ଯାହାଫଳରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  ।

ସୂଚନାଯୋଗ୍ୟଯେ, କେନ୍ଦୁଝରରେ ମେଗା ଷ୍ଟିଲ୍‌ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିବା ସହ ଏନେଇ ଉଦ୍ୟମ ଜାରି ରଖିଥିଲେ  । ଗତବର୍ଷ ପସ୍କୋ ଓ ଜେଏସଡବ୍ଲ୍ୟୁ ଏନେଇ ଏମଓୟୁ କରିବା ସହ ଯୌଥ ଉଦ୍ୟୋଗ ପ୍ରତିଷ୍ଠା କରିଥିଲେ  । ଉତ୍କର୍ଷ ଓଡ଼ିଶା କନକ୍ଳେଭ ବେଳେ ଏନେଇ ରାଜ୍ୟ ସରକାରଙ୍କ ସହ ଏମଓୟୁ ମଧ୍ୟ କରାଯାଇଛି  । ତେବେ କେଉଁଠି ଏହି ପ୍ଳାଣ୍ଟ କରାଯିବ ତାହା ସ୍ଥିର କରାଯାଇନଥିଲା  । ସେତେବେଳେ ଦୁଇଟି ସ୍ଥାନକୁ ନେଇ ଚର୍ଚ୍ଚା ହେଉଥିଲା  । ଗୋଟିଏ ସ୍ଥାନ ହେଉଛି ବାଂଶପାଳ ବ୍ଳକ ଓ ଅନ୍ୟଟି ପାଟଣା  । ଓଡ଼ିଶା ଟି’ ପ୍ଳାଣ୍ଟେସନର ସେଠାରେ ୨୫ ଶହ ଏକର ଜମି ଥିବାବେଳେ ସେଠାରେ ପ୍ଳାଣ୍ଟ ସ୍ଥାପନ ପାଇଁ ବି ଯୋଜନା ହୋଇଥିଲା  । ସେହିପରି ପାଟଣାରେ ଆର୍ସେଲର ମିତ୍ତଲକୁ ଦିଆଯାଇଥିବା ୧୯୫୬ ଏକର ଜମିରେ ବି ଏହି ମେଗା ଷ୍ଟିଲ ପ୍ଳାଣ୍ଟ ହୋଇପାରେ ବୋଲି ଯୋଜନା ଥିଲା  । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମିତ୍ତଲକୁ ଦିଆଯାଇଥିବା ସ୍ଥାନରେ ହିଁ ଜେଏସଡବ୍ଳ୍ୟୁ ଓ ପସ୍କୋ ଇସ୍ପାତ କାରଖାନା କରିବେ ବୋଲି ସ୍ପଷ୍ଟ ହୋଇଯାଇଛି  ।