ନଦୀଗର୍ଭରେ ପଥର ପ୍ୟାକିଂ : ତନ୍ତୀଘାଇ ଅାଁରେ ଷଡଙ୍ଗୀ ସାହି
ବରୀ : ବର୍ଷା ଦିନ ପୂର୍ବରୁ ସରକାର ବିଭିନ୍ନ ବନ୍ଧବାଡ଼ ମରାମତି ସହ ଦୁର୍ବଳ ପଥର ପ୍ୟାକିଂକୁ ସବଳ କରିବାକୁ ନିଦେ୍ର୍ଦଶ ଦେଇଥାନ୍ତି । ଆବଶ୍ୟକ ଅର୍ଥ ଖର୍ଚ୍ଚ ପାଇଁ ସରକାର ଜଳସମ୍ପଦ ବିଭାଗକୁ ଛୁଟ ଦେଇଥାନ୍ତି । ବିଭାଗ ଅନୁଧ୍ୟାନ କରି ଅର୍ଥ ଖର୍ଚ୍ଚ ହିସାବ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଠିକାଦାରକୁ କାର୍ଯ୍ୟାଦେଶ ବାଣ୍ଟିଥାନ୍ତି । ଚଳିତ ବର୍ଷ ଯଦିଓ ଯାଜପୁର ଜିଲାରେ ବଡ଼ଧରଣର ବନ୍ୟା ହୋଇନି, କିନ୍ତୁ କିଛି ନଦୀରେ ବନ୍ୟାଜଳ ବିପଦ ସଂକୁଳ ଦେଇ ପ୍ରବାହିତ ହୋଇଛି । ଆଉ ତାହାର ଶାଖାନଦୀ ଉବୁଡ଼ୁବୁ ହୋଇଛି । ଏହି ଉବୁଡ଼ୁବୁ ପରେ ତନ୍ତୀଘାଇ ତାର ରୂପ ଦେଖେଇଛି । ତନ୍ତୀଘାଇ ନଦୀ ଅାଁରୁ ଗାଁଷଙ୍ଗୀ ସାହିକୁ ସୁରକ୍ଷିତ ରଖିବାକୁ ଯେଉଁ ପଥର ପ୍ୟାକିଂ ହୋଇଥିଲା, ତାହା ନଦୀଗର୍ଭକୁ ଚାଲିଯିବାରେ ଲାଗିଛି । ଅତଡ଼ା ଖସି ପଥର ନଦୀରେ ଲିନ ହେଉଥିବାରୁ ଷଡ଼ଙ୍ଗୀ ସାହି ତନ୍ତୀଘାଇ ଅାଁକୁ ଆସିଯାଇଛି । ବେଳ ଥାଉ ଥାଉ ଯଦି ବିହିତ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ବରୀ ବ୍ଲକ ଭଅଁରା ପଞ୍ଚାୟତର ସଙ୍ଗେ ଗଦେଇପୁର ଗ୍ରାମର ଷଡଙ୍ଗୀ ସାହି ସତା ହରାଇବାକୁ ବେଶି ବର୍ଷ ଲାଗିବନି । ସାହିବାସୀଙ୍କ କହିବା କଥା ହେଲା ୧୫ ବର୍ଷ ପୂର୍ବରୁ ନଦୀକୂଳରେ ପଥରପ୍ୟାକିଂ ହେଇଥିବା ବେଳେ ଏବେ ନଦୀଗର୍ଭକୁ ଚାଲିଗଲାଣି । ଫଳରେ ବିପଦ ପୂର୍ଣ ଅବସ୍ଥାରେ ୧୫ରୁ ଉର୍ଦ୍ଧ ପରିବାର ନଦୀକୂଳରେ ରହୁଛନ୍ତି । ତନ୍ତୀଘାଇର କରାଳ ରୂପ ବ୍ରହ୍ମାଣ ସାହି ଗ୍ରାସ କରିଛି । ପ୍ରତ୍ୟେକ ବର୍ଷ ନଦୀ ଅତଡା ଖାଉଥିବାରୁ ଯଦି ପଥର ପ୍ୟାକିଂ ନହୁଏ ଗାଁ ଆଡ଼କୁ ମାଡି ଆସିବ ନଦୀ । ନଦୀରେ ପଥରପ୍ୟାକିଂ କରିବା ପାଇଁ ସାହିର ଅନିଲ ଷଡଙ୍ଗୀ, ବିନୟ ଷଡ଼ଙ୍ଗୀ, ଗଗନ ଷଡଙ୍ଗୀ, ରବି ଷଡଙ୍ଗୀ, ନିରଞ୍ଜନ ଷଡ଼ଙ୍ଗୀ ପ୍ରମୂଖ କହିଛନ୍ତି ଗଗନେଶ୍ୱର ମହାଦେବ ଠାରୁ ଷଡଙ୍ଗୀ ସାହି ତାହା ସହିତ ପୁରୁଣା ମହାଦେବ ମନ୍ଦିର ଦକ୍ଷିଣ ପାର୍ଶ୍ୱର ୬୦୦ ମିଟରରୁ ଉର୍ଦ୍ଧ ନଦୀ ଖାଉଛି । ମରାମତି ଆବଶ୍ୟକ କରୁଥିବାରୁ ବରୀ ଜଳ ସମ୍ପଦ ବିଭାଗ ଏଥିପ୍ର୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି ।