ଏହି ମାସଠୁ ଲାଗୁ ହେବ ଆୟୁଷ୍ମାନ୍ ଯୋଜନା: ସ୍ବାସ୍ଥ୍ୟମନ୍ତ୍ରୀ
 
                                ଭୁବନେଶ୍ୱର : ରାଜ୍ୟରେ ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁକରିବା ଲାଗି ରାଜ୍ୟ ସରକାର ବ୍ୟାପକ ଉଦ୍ୟମ ଚଳାଇଛନ୍ତି। ରାଜ୍ୟ ସରକାରଙ୍କ ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍ ଭାରତ ଯୋଜନାକୁ ମିଶାଇ ଗୋଟିଏ କାର୍ଡ ପ୍ରସ୍ତୁତ କରିବାକୁ ଯୋଜନା ଚାଲିଛି। ନିକଟରେ କେନ୍ଦ୍ରୀୟ କମିଟି ଆସି ଓଡ଼ିଶାରେ ଆୟୁଷ୍ମାନ୍ ଯୋଜନା ଲାଗୁ ସମ୍ପର୍କିତ ସମୀକ୍ଷା ମଧ୍ୟ କରିସାରିଛନ୍ତି। ତେବେ ଜାନୁଆରୀ ନୁହେଁ ଫେବୃଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହାଲିଙ୍ଗ କହିଛନ୍ତି, ଆୟୁଷ୍ମାନ୍ ଯୋଜନା ରାଜ୍ୟରେ ଲାଗୁହେବା ନେଇ ପ୍ରଥମେ କ୍ୟାବିନେଟ୍ରେ ପାରିତ କରାଯିବ। ଏହାପରେ ଆସନ୍ତା ୧୩ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହେବ। ଏମ୍ଓୟୁ ସ୍ବାକ୍ଷର ହେବାପରେ କାର୍ଡ ପ୍ରିଣ୍ଟ ହୋଇ ହିତାଧିକାରୀଙ୍କୁ ତାହା ବଣ୍ଟାଯିବ। ଏହାପରେ ଉକ୍ତ ଯୋଜନା ଲାଗୁ ହେବ। ଯୋଜନା ଅନୁଯାୟୀ ଏହା ଫେବୃଆରୀରୁ ଲାଗୁହେବ ବୋଲି ସେ କହିଛନ୍ତି।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
    
 
    
 
 
 
