ମୋହନ ସରକାର ଉପରେ ବର୍ଷିଲେ ରାଜା ସ୍ୱାଇଁ

ମୋହନ ସରକାର ଉପରେ ବର୍ଷିଲେ ରାଜା ସ୍ୱାଇଁ

 ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନକରିବା ନେଇ ମୋହନ ସରକାରଙ୍କ ବିଜ୍ଞପ୍ତି ପରେ, ବର୍ଷିଛନ୍ତି ବିଜେଡି ନେତା ରାଜା ସ୍ୱାଇଁ । ଗତକାଲିର ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ହୀନମନ୍ୟତାର ପରିଚୟ ବୋଲି କହିଛନ୍ତି ରାଜା । ଏଥିସହ ଏହା ଓଡ଼ିଆ ଅସ୍ମିତାର ପରିପନ୍ଥୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡିଆ ଅସ୍ମିତାର ପ୍ରତୀକ ଥିଲେ ବୋଲି କହିବା ସହ, ନୂଆ ସରକାର ଆସିବା ପରେ ସରକାରୀ କ୍ୟାଲେଣ୍ଡର  ଓ ସରକାରୀ  ଡାଏରୀ କରି ମାର୍ଚ୍ଚ ୫କୁ  ପଞ୍ଚାୟତିରାଜ ଦିବସ  ଛୁଟି ଘୋଷଣା କରିଥିଲେ । ହେଲେ କଣ ହେଲା ଯେ,  ଛୁଟି ଦିନ ବାତିଲ କଲେ ବୋଲି ପ୍ରଶ୍ନ କରିଛନ୍ତି ରାଜା । ଅନ୍ୟପଟେ ବିଜୁ ପଟ୍ଟନାୟକ ପଞ୍ଚାୟତ ଗୁଡିକ କ୍ଷମତା ପ୍ରଦାନ କରି ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ । ଓଡିଶାବାସୀ ଏହାର ବିଚାର କରିବେ ବୋଲି ରାଜା କହିଛନ୍ତି । ତେବେ ଓଡ଼ିଶାର ଲୋକମନେ କେବେ ବି ନୂଆ ସରକାରଙ୍କୁ  କ୍ଷମା ଦେବେନି । ବିଜେଡି ଏହାକୁ ନିନ୍ଦା କରୁଛି ବୋଲି କହିବା ସହ ଏହି ପ୍ରସଙ୍ଗ ଆଗାମୀ ଦିନରେ ସେ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି ରାଜା ସ୍ୱାଇଁ । ଜାଣିରଖିବା ଉଚିତ୍ ଯେ, ପ୍ରତିବର୍ଷ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଦିବସ ଭାବେ ପାଳନ କରାଯାଏ । ହେଲେ ଏବେ ଏହି ଦିବସ ମାର୍ଚ୍ଚ ୫ ତାରିଖରେ ପାଳନ ନ ହୋଇ, ଏପ୍ରିଲ ୨୪ ତାରିଖରେ ହେବ ।  ବୁଧବାର ଦିନ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଆଡମ୍ବର ସହ ପାଳନ କରାଯିବ, କିନ୍ତୁ ଛୁଟି ହିସାବରେ ପାଳନ କରାଯିବ ନାହିଁ । ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ୨୦୨୦ରୁ ଓଡିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଅଛି। ତେବେ ପ୍ରତି ବର୍ଷ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ। ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଏହି ଅସଂହତି ଦୂର କରିବା ପାଇଁ ଓଡିଶାରେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯାଇ ଏପ୍ରିଲ ୨୪ ତାରିଖରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।