ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା
ରାଜଧାନୀରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଭୁବନେଶ୍ୱର ୟୁନିଟ୍ ୪ ସ୍ଥିତ ରାମପୁର ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସ୍ୱର୍ଣ୍ଣଲତା ମହାନନ୍ଦିଆ। ସ୍ୱର୍ଣ୍ଣଲତାଙ୍କୁ ତାଙ୍କ ସ୍ୱାମୀ ତଣ୍ଟିଚିପି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦମ୍ପତି ଘର ନୟାଗଡ଼ ଅଞ୍ଚଳରେ ବୋଲି ଜଣାଯାଇଛି। ସ୍ୱର୍ଣ୍ଣଲତା ପ୍ରେମ ବିବାହ କରିଥିଲେ। ୩ ମାସ ହେବ ନିଜ ସ୍ୱାମୀଙ୍କ ସହ ଆସି ରାମପୁର ବସ୍ତିରେ ରହୁଥିଲେ। ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ସ୍ୱର୍ଣ୍ଣଲତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସ୍ତ୍ରୀ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସ୍ୱାମୀ କହୁଥିବା ବେଳେ ପ୍ରକୃତରେ କେମିତି ହୋଇଛି ମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ। ଖାରବେଳ ନଗର ଥାନା ପୂଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ସ୍ୱର୍ଣ୍ଣଲତାଙ୍କୁ ତାଙ୍କ ସ୍ୱାମୀ ତଣ୍ଟି ଚିପି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୁଲିସ ସ୍ୱାମୀକୁ ଅଟକ ରଖି ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଚଳାଇଛି। ସ୍ୱର୍ଣ୍ଣଲତାଙ୍କ ବାପା କହିଛନ୍ତି, ମୋ ଝିଅ ବର୍ଷେ ତଳେ ବିବାହ କରିଥିଲା। ୩ ମାସ ହେବ ଏଠି ଆସି ରହୁଥିଲେ। ଉଭୟଙ୍କ ମଧ୍ୟରେ ଝଗଡ଼ା ହୁଏ। ତାକୁ ତାର ସ୍ୱାମୀ ମାର ପିଟ କରେ। ମୋ ଝିଅକୁ ତାର ସ୍ୱାମୀ ତଣ୍ଟି ଚିପି ମାରି ଦେଇ ତାକୁ ଝୁଲାଇ ଦେଇଛି।