ଅପରେସନ ସିନ୍ଦୂର ସରିନି: ୪ ରାଜ୍ୟରେ ପୁଣି ହେବ ମକ ଡ୍ରିଲ୍‌

ଅପରେସନ ସିନ୍ଦୂର ସରିନି:  ୪ ରାଜ୍ୟରେ ପୁଣି ହେବ ମକ ଡ୍ରିଲ୍‌

ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନ ବିରୋଧରେ ଭାରତୀୟ ସେନା ଜାରି ରଖିଥିବା ଅପରେସନ ସିନ୍ଦୂର ଶେଷ ହୋଇନାହିଁ। ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ମେ’ ୭ରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହାପରେ ପାକିସ୍ତାନ ସହ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅବଶ୍ୟ ପାକିସ୍ତାନ ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣର ସାମ୍ନା କରି ନ ପାରି ଯୁଦ୍ଧ ବିରତି ଲାଗୁ କରିବାକୁ ଆଗେଇ ଆସିଥିଲା ଓ ଏବେ ଯୁଦ୍ଧ ବିରତି ଲାଗିଛି ତଥାପି ପାକିସ୍ତାନ ଉପରେ ଭରସା ନାହିଁ। ତେଣୁ ଭାରତ ସରକାର କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି।

ପାକିସ୍ତାନ ସହ ବିବାଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦେଶର ୪ ସୀମାନ୍ତ ରାଜ୍ୟରେ ପୁଣି ମକଡ୍ରିଲ କରାଯିବ। ଆସନ୍ତାକାଲି ସନ୍ଧ୍ୟାରେ ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ-କଶ୍ମୀରରେ ଯୁଦ୍ଧ ବେଳେ ହେଉଥିବା ଏୟାର ଷ୍ଟ୍ରାଇକରୁ କେମିତି ବର୍ତ୍ତିବାକୁ ହେବ, ତା’ର ମକଡ୍ରିଲ ଆୟୋଜନ ହେବ। ଭାରତ-ପାକିସ୍ତାନ ଲଢ଼େଇ ବେଳେ ଏହି ସୀମାନ୍ତ ରାଜ୍ୟଗୁଡ଼ିକ ଭୟଙ୍କର ଡ୍ରୋନ ଓ ମିସାଇଲ ଆଟାକର ସାମ୍ନା କରିଥିଲେ। ତେଣୁ ସେହି ରାଜ୍ୟଗୁଡ଼ିକରେ କାଲି ପୁଣି ମକଡ୍ରିଲ ହେବ। ମକଡ୍ରିଲ ସମୟରେ ଲୋକଙ୍କୁ ସତର୍କ ରହିବାକୁ କୁହାଯିବ।