କାଲି ଶେଷ ପର୍ୟ୍ୟାୟ ଭୋଟ୍

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ୟ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଏବଂ ୪୨ଟି ବିଧାନସଭା ଆସନରେ ହେବ ମତଦାନ। ଏହି ପର୍ୟ୍ୟାୟରେ ୬୬ ଲୋକସଭା ଏବଂ ୩୯୪ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ଭୋଟର। ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,୧୦ ହଜାର ୮୮୨ଟି ମତଦାନ କେନ୍ଦ୍ର ରହିଛି । ୧୪ଶହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ନିୟୋଜିତ ହେବେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ।ଏହା’ସହ ଭୋଟିଂବେଳେ ମୁତୟନ ରହିବେ ୧୨୫ କମ୍ପାନୀ CAP। ସବୁଥର ଭଳି ଏଥର ବି PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  କହିଛନ୍ତି, ପୋଲିଂ ବୁଥକୁ ପ୍ରିଜାଇଡିଂ ଅଫିସରଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମୋବାଇଲ ନେଇପାରିବେ ନାହିଁ। ୨୦୧୯ରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪ ପ୍ରତିଶତ ମତଦାନ ହାର ଥିବା ନେଇ ବି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ।