କୂଳ ବେଉଷାକୁ ବଞ୍ଚାଇ ରଖିଛନ୍ତି ମଦନ ନାଥ
ାା ଯାଜପୁରରୁ ଶରତ ପଥାଳ ।ା
‘ଗୁରୁ ମୋର ଜଣାଣ, ଘେନ ଘେନ ହେ, ଗୁରୁ ମୋର ଜଣାଣ’ । ‘ଏମନରେ ତୁଇ ରଖିଛୁ ମନ, ଘରେ ପସୁନାହିଁ ଭୁମିତ ମନ, ‘ବାରମାତ୍ରା ଘେନି ବାରମାତ୍ରା ଘେନି ହୋଇଛି ଶୂନ୍ୟ’, ଘେନ ଘେନ ହେ, ଗୁରୁ ମୋର ଜଣାଣ, ଘେନ ଘେନ ହେ’...ା କେନ୍ଦରାର ସ୍ୱର ସହ ତାଳ ଦେଇ ଗାଁ ଦାଣ୍ଡରେ ଶୁଭୁଥିଲା ଯୋଗୀଙ୍କ କଣ୍ଠସ୍ୱର । ଯେତେ ବେଳେ ଗାଁ ଦାଣ୍ଡରେ କେନ୍ଦରା ଗୀତ ଶୁଣିବାକୁ ମିଳୁନି, ସେତେ ବେଳେ ଯୋଗୀଙ୍କ କଣ୍ଠସ୍ୱର ମୋତେ ପଛକୁ ବୁଲି ଅନାଇବାକୁ ବାଧ୍ୟ କରିଥିଲା । ରବିବାର ସକାଳ ୯ଘଟିକା । ଏହି ପ୍ରତିନିଧି ବ୍ୟାସନଗର ପୈରାଂଚଳ କୁସୁନୁପୁରକୁ ମୋଟର ସାଇକଲରେ ଯାଉଥିବା ବେଳେ କେନ୍ଦରା ଗୀତ ଶୁଣିବାକୁ ପାଇଥିଲେ । ସତରେ କ’ଣ ଆଜିବି ଗାଁ ଦାଣ୍ଡରେ ଯୋଗୀ ତାର କୁଳ ବେଉଷାକୁ ବଞ୍ଚାଇ ରଖିଛି ମନକୁ ଆସିଥିବା ଏଭଳି ପ୍ରଶ୍ନର ଉତର ଖୋଜିବାକୁ ଚାହିଁଥିଲେ । ହେଲେ ପଛକୁ ଫେରିବା ଭିତରେ ଯୋଗୀଙ୍କୁ ଦେଖିବାକୁ ମିଳିନଥିଲା କି କେନ୍ଦରା ଶବ୍ଦ ଶୁଣାଯାଇଥିଲା । କିଛି ସମୟ ଗାଁ ରାସ୍ତାରେ ଠିଆ ହେବା ପରେ ପୁଣି ଶୁଭିଥିଲା କେନ୍ଦରା ଏବଂ କର୍ଣ୍ଣଦାନୀ ଜଣାଣ । ଆଉ ଜଣକ ଘରୁ ଭିକ୍ଷା ଗ୍ରହଣ କରି ଫେରିଥିଲେ ଯୋଗୀ ମଦନ ନାଥ(୬୦) । ଦେଶ ଆଗେଇ ଚାଲିଛି, ଯୁଗ ମଧ୍ୟ ବଦଳିଯାଉଛି । ପଲ୍ଲୀସଂସ୍କୃତି ସେହି ସୋ୍ରତର ମୁହାଁ ହୋଇଛି । ଆଗ କାଳର କେତେ ପଲ୍ଲୀସଂସ୍କୃତି ଇତି ମଧ୍ୟରେ ହଜି ଗଲାଣି ତାର ହିସାବନାହିଁ,କହିଲେ ଭୁଲ ହେବନି । ଗାଁ ଦାଣ୍ଡରେ ମାସରେ ତିନି ଚାରିଥର କେନ୍ଦରା ସ୍ୱର ସହ ତାଳ ଦେଇ ବେସୁରା ରାଗିଣୀରେ ଗୀତ ଗାଇ ଗାଇ ଯାଉଥିବା ଯୋଗୀଙ୍କୁ ପାଖରେ ପାଇବା ପରେ ମନରେ କୈାତୁହଳ ଯେତିକି ଥିଲା ପ୍ରଶ୍ନବି ସେତିକି ଆସିଥିଲା । ଯୋଗୀ ମଦନ ନାଥଙ୍କ ସହ କୁୁଳ ବେଉଷା ଉପରେ ଆଲୋଚନା କରିବା ବେଳେ ଯାହା କହିଥିଲେ ସେଥିରୁ ଗୋଟିଏ କଥା ସ୍ୱଷ୍ଟ ଜଣାପଡ଼ୁଥିଲା, ପ୍ରୋତ୍ସାହନ ନମିଳିଲେ ହଜିଯାଇଥିବା କେନ୍ଦରା ଗୀତ ବିଲୁପ୍ତ ହୋଇଯିବ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମଦନ ନାଥ ପିଲା ବେଳୁ ଗାଁ ଗାଁ ସହର ସହର ବୁଲି କେନ୍ଦରା ପଜାଇ ଗୋଟେ ପଟେ କୁଳବେଉଷାକୁ ବଞ୍ଚାଇ ରଖିବାକୁ ଚେଷ୍ଟା ଜାରୀ ରଖିଥିବା ବେଳେ ଦାତାଙ୍କ ଠାରୁ ଯାହା ମିଳେ, ସେଥିରେ ପିଲା ପରିବାର ଚଳାଇଥାନ୍ତି । କିନ୍ତୁ ମହରଗ ଯୁଗରେ ଯେତିକି ମାଗଣ ହୁଏ, ସେଥିରେ ପେଟ ପୁରେନା । କିନ୍ତୁ କୁଳବେଉଷାକୁ ସେ ଛାଡ଼ି ପାରୁ ନାହାନ୍ତି । ବାପ ଗୋଶାପଙ୍କ ପଦାଙ୍କ ଅନୁକରଣ କରି ଚାଲିଛନ୍ତି । ସୁକିନ୍ଦା, ତାଳଚେର,ଢେଙ୍କାନାଳ, କଟକ, ଭୁବନେଶ୍ୱର ପ୍ରଭୂତି ଅଞ୍ଚଳକୁ କେନ୍ଦରା ବଜାଇବା ବେଳେ, କିଏ ମୁଠେ ତ କିଏ ଜରିଏ ଚାଉଳ ଆଉ ପଇସା ଦାନରେ ଦେଇଥାନ୍ତି ।
ସପ୍ତାହକରେ ଥରେ ଗାଁକୁ ଫେରୁଥିବା ଯୋଗୀ ମଦନଙ୍କୁ ରାତି ଯେଉଁଠି ହୁଏ ସେଇଠି ଆଶ୍ରୟ ନେଇଥାନ୍ତି । ମଦନ କହିଥିଲେ ମୋ’ ପରେ ଆମ କୁଳବେଉଷା ବୁଡ଼ିଯିବ । କ’ଣ ପୁଅପାତି କରିବାକୁ ରାଜି ନୁହଁନ୍ତି କି ପ୍ରଶ୍ନରେ ଏ’ସମାଜକୁ ପିଲା ମାନେ ରାଜି ହେଉ ନାହାନ୍ତି । ଆଗରୁ ଅଭାବ ଅନାଟନ ରହିଥିଲା । ଏବେ କିନ୍ତୁ ସେସମୟ ନାହିଁ, କିଏ ଚାକୀରି କରୁଛିତ କିଏ ବେପାର କରୁଛି । ସେଥିପାଇଁ କେନ୍ଦରା ସ୍ୱର ଆଉ ଗାଁରେ ବେଶି ଶୁଭୁନି । ଯଦି କହିବା ତେବେ ଗାଁରେ କେନ୍ଦରା ସ୍ୱର ଶୁଭୁଥିଲେ ପରିବାରର ଧର୍ମପ୍ରାଣା ମହିଳା ଏ ଗୀତ ଶୁଣିବାକୁ ଆକୁଳ ହେଉଥିଲେ । ଚାଉଳ ପାଏ କି ଦୁଇ ପାଆ ଆଉ କିଛି ପନିପରିବା ନେଇ ଦେଉଥିଲେ । ସମାଜରେ ଅତୀତରେ କୂଳ ବେଉସା ଦ୍ୱାରା କୁଟୁମ୍ବ ପୋଷା ହେଉଥିଲା । ସମାଜରେ ଯେତେ ଗୋଷ୍ଠି ଥିଲେ ସେମାନଙ୍କ ମଧ୍ୟରୁ ଯୋଗୀ ଗୋଷ୍ଠି ଅନ୍ୟତମ । ସେମାନେ ସକାଳୁ ଉଠି ଗାଁକୁ ଗାଁ ବୁଲୁଥିଲେ । ଯାହା ପାଉଥିଲେ ତାହା ସେମାନଙ୍କ ପାଇଁ ଯଥେଷ୍ଠ ହେଉଥିଲା । ପରୋକ୍ଷରେ ସେମାନେ ହରିନାମ, କୃଷ୍ଣ ନାମ ବୋଲି ଲୋକଙ୍କ କାନରେ ପକାଉଥିଲେ । ଲୋକେ ମଧ୍ୟ ତାହା ଶୁଣିବାକୁ ପସନ୍ଦ କରୁଥିଲେ । ବିଶେଷତଃ ମହିଳା ମାନେ, ଏହି ଗୀତକୁ ଅତି ମନକର୍ଣ୍ଣ ଦେଇ ଶୁଣୁଥିଲେ । କାହାରି ଘରୁ ସେମାନେ ଖାଲି ହାତରୁ ଫେରୁ ନଥିଲେ । ଯୋଗୀ ମାନେ ଗୀତକୁ ମୁଖସ୍ଥ କରି ଏପରି ମନେ ରଖୁଥିଲେ ତାହା ବିସ୍ମୟ ଲାଗେ । ସେମାନେ ସୁବାଣୀ ଗାଈ କଥା ବୋଲି ଥାଆନ୍ତି । ତାହା ହେଲା-କୁବେର ବୋଲିଣ ଆଉ ଏକ ମହାଜାନ, କୃଷ୍ଣ ପାଦପଦ୍ମ ବିନୁ ନଜାଣଇ ଆନ । ତାପରେ ଜୟ ଜୟ ଜଗନ୍ନାଥ ଦେବା ଦେବୀ ରାଜା, ଲକ୍ଷ୍ମୀ ପାଟରାଣୀ ଯାଙ୍କ ଭାରିଯା । ବିଶିକେସନ ଗୀତରେ ଶୁଣ ସୁଜନ ହେତୁ ଦେଇ ମନ, ଅଟେ ମହାଦାନୀ କର୍ଣ୍ଣ ରାଜନ । ଏହିଭଳି ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଗୀତ ବୋଲି କେନ୍ଦରା ବଜାଇ ଗାଁ ଦାଣ୍ଡରେ ଚାଲି ଯାଆନ୍ତି । ପ୍ରତିଘରୁ ଗୃହିଣୀମାନେ ଦାଣ୍ଡକୁ ଆସି ତାଙ୍କୁ ତାଙ୍କ ଝୁଲାରେ ଚାଉଳ ଓ ଅନ୍ୟାନ୍ୟ ଦେଇଯାଆନ୍ତି । ସେମାନେ ବେଳେ ବେଳେ ରାଧା, କୃଷ୍ଣ, ମାଧବ, ଜଗା, ମନୁଷ୍ୟ ହେଉଛି ଅତୀତର ଉତରାଧିକାରୀ । ଅତୀତର ଧନରନô ବିଭବ ସହିତ ତୟଚ୍ଛାତିତୁଚ୍ଛ ଉପଳଖଣ୍ଡ ବି ତା ଅଧିକାରକୁ ଆସିଛି । ସେ ତାକୁ ତାଡି ଫିଙ୍ଗି ପାରେ ନାହିଁ । ପ୍ରାଚୀନତା ପ୍ରତି ସେ ଶ୍ରଦ୍ଧାଳୁ । ହେଲେ ହେଁ ଯୁଗୋପଯୋଗୀତା ଦୃଷ୍ଟିରୁ ଲୋକସ୍ମୃତିର ବିପୁଳାଂଶ ନିରର୍ଥକ, ହେଲେ ହେଁ ତା ନିକଟରେ ଅନାଦରଣୀୟ ନୁହେଁ । ଏବେ ଯୁଗ ବଦଲିବା ସହିତ ସାମାଜିକ ଜୀବନ ଓ ଅର୍ଥନୀତି ମଧ୍ୟ ବଦଳି ଯାଉଛି । ଆଉ ସେ ସମ୍ପ୍ରଦାୟ ଏବେ ପାଠପଢି ଦେଶ ବିଦେଶରେ ଚାକିରୀ ପାଇଲେଣି । ସେଥିପାଇଁ କେନ୍ଦରା ଗୀତ ମାଧ୍ୟମରେ କୂଳ ବେଉଷାକୁ ଭୁଲି ଗଲେଣି । ତଥାପି ମଦନ ନାଥ କୁହନ୍ତି ପାରୁଥିବା ପର୍ଯ୍ୟନ୍ତ ବାପ ଗୋଶାପର କୁଳ ବେଉଷାକୁ ବଂଚାଇ ରଖିବି । କିନ୍ତୁୁ ମନରେ ଦୁଃଖ ଏପର୍ଯ୍ୟନ୍ତ କଳାକାର ଭତାଟିଏ ପାଇପାରିଲିନି । ସରକାର ସଦୟ ହେଲେ ଭତା ପାଇପାରନ୍ତି ।