ପ୍ରଧାନମନ୍ତ୍ରୀ ଜଣାଇଲେ ଅକ୍ଷୟ ତୃତୀୟା ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଅକ୍ଷୟ ତୃତୀୟା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇ କହିଛନ୍ତି, ସମସ୍ତ ପରିବାର ସଦସ୍ୟଙ୍କୁ ଶୁଭେଚ୍ଛା। ପରୋପକାର ପାଇଁ ପ୍ରେରଣା ଯୋଗାଉଛି ଏହି ପର୍ବ । ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଓ ଉତ୍ସାହ ଆଣିଦେଉ,ଏହା ହିଁ କାମନା। ଓଡ଼ିଶା ଏବଂ ଓଡ଼ିଆ ସଂସ୍କୃତି ପାଇଁ ଅକ୍ଷୟ ତୃତୀୟା ଏକ ସ୍ୱତନ୍ତ୍ର ଦିନ। ଏହି ଦିନରେ ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଥାଏ। ଅଖି ମୁଠି ଅନୁକୂଳ ସହ ଅତି ନିବିଡ଼ ଭାବେ ଜଡ଼ିତ ଏହି ବିଶେଷ ଦିନରେ ଚାଷୀମାନେ ବିହନ ବୁଣିବା ଆରମ୍ଭ କରିଥା’ନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସବୁବେଳେ ଆମ ସମସ୍ତଙ୍କ ଉପରେ ରହିଥାଉ।