ଡାକ୍ତରଙ୍କ ଦାବି ପୂରଣ ମନୋଜ ବର୍ମା ହେଲେ କୋଲକାତାର ନୂଆ ସିପି
ାା ଏଜେନ୍ସି ।ା କୋଲକାତା: ଆଇପିଏସ ଅଫିସର ମନୋଜ କୁମାର ବର୍ମା ହୋଇଛନ୍ତି କୋଲକାତାର ନୂଆ ପୁଲିସ କମିଶନର । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପଦରୁ ବିନୀତ ଗୋଏଲଙ୍କୁ ହଟାଇବା ପରେ ମନୋଜ କୁମାର ବର୍ମାଙ୍କୁ ପୁଲିସ କମିଶନର ପଦରେ ନିଯୁକ୍ତି ଦେଇଛନ୍ତି । ୧୯୯୮ ବ୍ୟାଚର ମନୋଜ ବର୍ମା ପଶ୍ଚିମବଙ୍ଗ ପୁଲିସରେ ଅତିରିକ୍ତ ମହାନିଦେ୍ର୍ଦଶକ ଏଡିଜି ଭାବରେ ପୋଷ୍ଟ କରାଯାଇଥିଲା । ସେ ଏହା ପୂର୍ବରୁ ବାରାକପୋରାର ପୁଲିସ କମିଶନର ତଥା ସୁରକ୍ଷା ନିଦେ୍ର୍ଦଶାଳୟରେ ଅତିରିକ୍ତ ନିଦେ୍ର୍ଦଶକ ଭାବରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ କୋଲକାତାର ପୁଲିସ କମିଶନର ହୋଇଛନ୍ତି । ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତରଙ୍କୁ କୁକର୍ମ ଓ ହତ୍ୟା ଘଟଣାକୁ ନେଇ ଆନେ୍ଦାଳନରତ ଜୁନିୟର ଡାକ୍ତରମାନେ ବୀନିତ ଗୋଏଲଙ୍କ ଇସ୍ତଫା ଦାବି କରିଥିଲେ । ଗତକାଲି ଆନେ୍ଦାଳନରତ ଜୁନିୟର ଡାକ୍ତରମାନଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା କରି ସେମାନଙ୍କ ଦାବି ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜି ଜୁନିୟର ଡାକ୍ତରମାନଙ୍କ ଦାବି ପୂରଣ ହୋଇଛି । ମମତା ବାନାର୍ଜୀଙ୍କ ସରକାର ବିନୀତ ଗୋଏଲଙ୍କୁ କାର୍ଯ୍ୟରୁ ହଠାଇ ତାଙ୍କ ସ୍ଥାନରେ ମନୋଜ ବର୍ମାଙ୍କୁ ନିଯୁକ୍ତି ଦେଇଛନ୍ତି ।