ରୁଷିଆ ଗସ୍ତ ଯିବା ପୂର୍ବରୁ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ/ମସ୍କୋ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ-ରୁଷିଆସମ୍ପର୍କ ଉପରେ ଆଲୋକପାତ କରିଥିଲେ। ମସ୍କୋ ଗସ୍ତ ପୂର୍ବରୁ ସେ କହିଛନ୍ତି, ଗତ ଦଶ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସ୍ବତନ୍ତ୍ର ରଣନୈତିକ ଭାଗିଦାରୀ ଅଗ୍ରଗତି ହୋଇଛି। ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗ ସମୀକ୍ଷା କରିବାକୁ ଅପେକ୍ଷା କରିଛି। ରୁଷିଆ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଷ୍ଟ୍ରିଆ ଗସ୍ତ କରିବେ। ସେ ଅଷ୍ଟ୍ରିଆକୁ ଭାରତର ଏକ ଦୃଢ ଏବଂ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ଆମେ ଗଣତନ୍ତ୍ରର ଆଦର୍ଶ ବାଣ୍ଟୁଛୁ। ମୁଁ ଆମର ସହଭାଗିତାକୁ ନୂତନ କ୍ଷେତ୍ରରେ ଅଧିକ ଉଚ୍ଚତାକୁ ନେବାକୁ ଅପେକ୍ଷା କରିଛି।