୧୦୫୪୩  କୋଟିର ରାଜସ୍ୱ ଅନାଦେୟ

 ଭୁବନେଶ୍ୱର : ରାଜ୍ୟରେ ଅଦାଲତ ରହିତାଦେଶ କାରଣରୁ ବିଭିନ୍ନ ବିଭାଗରେ ମୋଟ ୧୦୫୪୩.୪୧ କୋଟି ଟଙ୍କାର ରାଜସ୍ୱ ଅନାଦେୟ ଭାବେ ପଡ଼ି ରହିଛି । ଆଜି ଗୃହରେ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ରାଜ୍ୟରେ କେତେ ଟିକସ ଅନାଦେୟ ରହିଛି ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬ଟି ବିଭାଗ ମଧ୍ୟରୁ ଜଳ ସମ୍ପଦ ବିଭାଗରେ ସର୍ବାଧିକ ୬୨୪୦.୦୪ କୋଟି ଟଙ୍କା ଅନାଦେୟ ରାଜସ୍ୱ ପଡ଼ି ରହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହିକ୍ରମରେ ଅଦାଲତ ରହିତାଦେଶ ଉଠାଇ ଟିକସ ଆଦାୟ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତାହା ହେଉଛି ବିଭିନ୍ନ ମୋକଦ୍ଦମା ଯୋଗୁଁ ଅନାଦେୟ ହୋଇ ରହିଥିବା ରାଜସ୍ୱର ଆପୋଷ ଆଲୋଚନା ମାଧ୍ୟମରେ ଏକକାଳୀନ ଚଢେୟା ଦେୟ (ଙଦ୍ଭର ଞସଜ୍ଞର ଝରଗ୍ଧଗ୍ଧକ୍ଷରଜ୍ଞରଦ୍ଭଗ୍ଧ) ଯୋଜନା ପ୍ରଚଳନ, ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ବାଣିଜ୍ୟ କର ସମ୍ବନ୍ଧୀୟ ବିଭିନ୍ନ ମୋକଦ୍ଦମାର ବିବରଣୀ ଚିଠା ପ୍ରସ୍ତୁତ କରାଯାଇ ନ୍ୟାୟାଳୟରେ ଉକ୍ତ ମାମଲାଗୁଡିକର ତୁରନ୍ତ ଫଇସଲା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ, ବିଭିନ୍ନ କେନ୍ଦ୍ରୀୟ ଉଦ୍ୟୋଗ ଉପରେ ଥିବା ବକେୟା ରାଜସ୍ୱ ଆଦାୟ ପାଇଁ ଝଗ୍ଧବଗ୍ଧର ଊସଗ୍ଦକ୍ଟ୍ରଙ୍କଗ୍ଧର ଜରଗ୍ଦକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର ଦ୍ୱାରା ଅପୋଷ ସମାଧାନ ମାଧ୍ୟମରେ ପଦକ୍ଷେପ, ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଅପିଲ ଫଇସଲା କରିବା ପାଇଁ ଅପିଲେଟ୍ ଅଧିକାରୀମାନଙ୍କୁ ସମ୍ପୃକ୍ତ ପ୍ରଶାସନିକ ବିଭାଗ ମାନଙ୍କ ଦ୍ୱାରା ନିଦେ୍ର୍ଦଶ ପ୍ରଦାନ ଏବଂ ନ୍ୟାୟାଳୟଙ୍କ ଅନ୍ତରୀଣ ଆଦେଶ ଯୋଗୁଁ ଅନାଦେୟ ରହିଥିବା ରାଜସ୍ତ୍ର ସମ୍ପର୍କିତ ମାମଲା ଗୁଡିକର ଆଶୁ ଫୈସଲା ପାଇଁ ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ଅଧିବକ୍ତା ନିଯୁକ୍ତ ଭଳି ପଦକ୍ଷେପମାନ ଗ୍ରହଣ କରାଯାଉଛି ।