ଅମୃତ ଷ୍ଟେସନ ଯୋଜନାରେ ଅନୁଗୁଳ  ରେଳ ଷ୍ଟେସନର ରୂପାନ୍ତରଣ

 ଭୁବନେଶ୍ୱର : ଅମୃତ ଷ୍ଟେସନ ଯୋଜନାରେ ଦେଶରେ ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ, ଯାତ୍ରୀ-ଅନୁକୂଳ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରିବହନ ହବ୍ରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି  । ଏହି ଯୋଜନା ଅଧୀନରେ ଅନୁଗୁଳ ରେଳ ଷ୍ଟେସନର ପୁନର୍ବିକାଶ ଗଠନଶୀଳ ଭାବରେ ଅଗ୍ରଗତି କରୁଛି  । ପ୍ରକଳ୍ପଟି ୨୫.୪୧ କୋଟି ଟଙ୍କାର ଅନୁମୋଦିତ ମୂଲ୍ୟ ମଧ୍ୟରୁ ନିର୍ମାଣ କାର୍ଯ୍ୟରେ ୫୨% ଏବଂ ଆର୍ଥିକ କ୍ଷେତ୍ରରେ ୪୩% ପ୍ରଗତି ହାସଲ କରିଛି  ।  ଅମୃତ ଭାରତ ଷ୍ଟେସନ ଅନ୍ତର୍ଗତ ଅନୁଗୁଳ ଷ୍ଟେସନର ସଫ୍ଟ ଅପଗ୍ରେଡେସନ୍ ଡିସେମ୍ବର ୨୦୨୫ ସୁଦ୍ଧା ସମାପ୍ତ ହେବାର ଯୋଜନା କରାଯାଇଥିବାବେଳେ ୧୨-ମିଟର ଚଉଡା ଫୁଟ ଓଭର ବ୍ରିଜ ମାର୍ଚ୍ଚ ୨୦୨୬ ସୁଦ୍ଧା ସମାପ୍ତ ହେବାର ଆଶା କରାଯାଉଛି  । ବିଶେଷକରି ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ଉନ୍ନତି କରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ ନିର୍ମାଣ, ଫୁଟ ଓଭର ବ୍ରିଜ ନିର୍ମାଣ, ଲିଫ୍ଟର ବ୍ୟବସ୍ଥା କରିବା, ପ୍ରତିକ୍ଷ୍ୟା ହଲ ଓ ଶୌଚାଳୟର ନବୀକରଣ, ଦିତିୟ ପ୍ରବେଶ ପଥର ବିକାଶ ଆଦି ଆଧୁନିକକରଣ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି  ।