ଜୁନ୍ ୧୫ରେ ନିଟ୍ ପିଜି ପ୍ରବେଶିକା
ନୂଆଦିଲ୍ଲୀ : ଚଳିତବର୍ଷର ନିଟ୍ (ଏନ୍ଇଇଟି) ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି ନାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ (ଏନ୍ବିଇଏମ୍ଏସ୍) । ଆସନ୍ତା ଜୁନ୍ ୧୫ରେ ଦୁଇଟି ସିଫ୍ଟରେ ସିବିଟି (କମ୍ପୁ୍ୟଟ୍ ଆଧାରିତ ପରୀକ୍ଷା) ଜରିଆରେ ୨୦୨୫ ନିଟ୍ ପିଜି ପରୀକ୍ଷା ଆୟୋଜିତ ହେବ ବୋଲି ଏନ୍ବିଇଏମ୍ଏସ୍ ପକ୍ଷରୁ କୁହାଯାଇଛି । ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୩୧ ଧାର୍ଯ୍ୟ କରାଯାଇଥିବା ବେଳେ ପରୀକ୍ଷା ପାଇଁ ଧାର୍ଯ୍ୟ ସମୟ ଏବଂ ଅନ୍ୟାନ୍ୟ ସୂଚନା ବୋର୍ଡ ୱେବ୍ସାଇଟ୍ରେ ଖୁବ୍ଶୀଘ୍ର ପ୍ରକାଶ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତଥର ବୋର୍ଡ ପକ୍ଷରୁ ସର୍ବଭାରତୀୟସ୍ତରରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ମେଡିକାଲ୍ ଶିକ୍ଷାନୁଷ୍ଠାନ ସମେତ ଅଲ୍ ଇଣ୍ଡିଆ କୋଟା, ରାଜ୍ୟ କୋଟା ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୧୨୬୯୦ ଏମ୍ଏସ୍ (ମାଷ୍ଟର୍ ଅଫ୍ ସର୍ଜରୀ), ୨୪୩୬୦ ଏମ୍ଡି (ଡକ୍ଟର୍ ଅଫ୍ ମେଡିସିନ୍) ଏବଂ ୯୬୦ ପିଜି ଡିପ୍ଲୋମା ସିଟ୍ ପାଇଁ ପରୀକ୍ଷା କରାଯାଉଛି । ପ୍ରକାଶିତ ତଥ୍ୟ ଅନୁସାରେ ଜୁନ୍ ୧୫ରେ ହେବାକୁ ଥିବା ପରୀକ୍ଷା ଦୁଇଟି ସିଫ୍ଟ ପୂର୍ବାହ୍ଣ ୯ଟାରୁ ୧୨.୩୦ ଏବଂ ଅପରାହ୍ଣ ୩.୩୦ରୁ ୭.୦୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ବାୟୋମେଟି୍ରକ୍ ଏବଂ ଲଗ୍ଇନ୍ ପ୍ରକ୍ରିୟା ପାଇଁ ପ୍ରାର୍ଥୀମାନେ ପରୀକ୍ଷାର କେତେ ଘଣ୍ଟା ପୂର୍ବରୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚôବେ ସେ ସମ୍ପର୍କରେ ଖୁବ୍ଶୀଘ୍ର ସୂଚନା ଦିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।