ଶଙ୍ଖ ଭବନ ପାଇଁ ହାରିଲା ବିଜେଡ଼ି
Naveen Patanaik, Odisha

ଭୁବନେଶ୍ୱର : ବିଜେଡ଼ିର ହାରିବା ନେଇ ବରିଷ୍ଠ ନେତା ଦେବାଶିଷ ନାୟକ ଏକ ଭିନ୍ନ ଧରଣର ମନ୍ତବ୍ୟ ଦେଇଛନ୍ତି । ଶଙ୍ଖ ଭବନ ପାଇଁ ବିଜେଡ଼ି ହାରିଲା ବୋଲି ସେ କହିଛନ୍ତି । ଦେବାଶିଷ କହିଥିଲେଯେ, ଯେଉଁସ୍ଥାନରେ ଶଙ୍ଖ ଭବନ ହୋଇଛି ସେଠାରେ ବିଜେଡ଼ିର ପାର୍ଟି ଅଫିସ୍ ଥିଲା । ଅପରିଷ୍କାର ହୋଇ ରହିଥିଲା । ଏହାର ରିନୋଭେସନ ପାଇଁ ସେ ନବୀନ ପଟ୍ଟନାୟକଙ୍କୁ କହିଥିଲେ । ନବୀନ ବାବୁ କହିଥିଲେଯେ, କିଛି ଦରକାର ନାହିଁ । ଏ ଘରଟା ମୋ ପାଇଁ ଲକି । କିନ୍ତୁ ଯେଉଁଦିନ ସେହି ପାର୍ଟି ଅଫିସ୍ ଭଙ୍ଗା ହେଲା ସେଦିନ କିଛି ନା କିଛି ଘଟିବ ବୋଲି ମୁଁ ଭାବିଥିଲି । ଶଙ୍ଖ ଭବନରେ ଶହ ଶହ କୋଟି ଖର୍ଚ୍ଚ କରାଗଲା । ତାହା ଏବେ ବିଜେଡ଼ି ପାଇଁ ଅନଲକି ହୋଇଗଲା ବୋଲି ଦେବାଶିଷ କହିଛନ୍ତି ।