ବିଜେପିକୁ ମିଛୁଆ କହିଲେ ନବୀନ, କାହିଁକି ଜାଣନ୍ତୁ

Naveen Patanaik, Odisha

ବିଜେପିକୁ ମିଛୁଆ କହିଲେ ନବୀନ, କାହିଁକି ଜାଣନ୍ତୁ

ଭୁବନେଶ୍ୱର : ଶଙ୍ଖ ଭବନରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ମିଛ କାହାଣୀ କହି ବିଜେପି ନିର୍ବାଚନରେ ଜିତିଛି  । ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ  । ସୁଭଦ୍ରା ଯୋଜନା ହେଉ ବା ମାଗଣା ବିଜୁଳି ବା ଭତ୍ତା ବୃଦ୍ଧି, ବିଜେପିର ମିଥ୍ୟା ପ୍ରତିଶ୍ରୁତି ଆଜି ସାଧାରଣ ଲୋକଙ୍କୁ ଚକିତ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ବିଜେପି ସରକାରର ବିଫଳତା ଓ ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଜଣାଇଥିଲେ  । ଶ୍ରୀ ପଟ୍ଟନାୟକ କହିଥିଲେଯେ, ବିଜୁ ଜନତା ଦଳ ଏକ ଦାୟିତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରୁଛି  । ଆମ ପାଇଁ ସାଧାରଣ ଲୋକର ସମସ୍ୟାର ସମାଧାନ ଓ ଓଡିଶାର ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  । 

ଅକ୍ଟୋବରରେ ବିଜେଡ଼ି ୧୫ ଦିନ ଧରି ପଦଯାତ୍ରା କରିବ  । ଅକ୍ଟୋବର ୨ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ହେବ  । ସେହିପରି ଅକ୍ଟୋବର ୨୧ରୁ ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ଦଫା ପଦଯାତ୍ରା ପାଇଁ ଦଳ ନିଷ୍ପତ୍ତି ନେଇଛି  । ଅପରପକ୍ଷରେ ଗୋପବନ୍ଧୁଙ୍କ ଜୟନ୍ତୀରୁ ଦୁଇ ମାସ ବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ  । ସରକାରଙ୍କ ବିଫଳତା ଓ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି  ।