ଜନକୀ ବାତ : ବିଜେପିକୁ ୧୫ରୁ ୧୮, ବିଜେଡ଼ି ୩ରୁ ୭
ExitPoll Odisha

ଭୁୁବନେଶ୍ୱର, ୩୧ା୫ : ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଅନୁଯାୟୀ, ବିଜେଡ଼ି ତୁଳନାରେ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିବ । ବିଜେପିକୁ ୧୫ରୁ ୧୮ ଆସନ ମିଳିବାର ଥିବାବେଳେ ବିଜେଡ଼ିକୁ ୩ରୁ ୭ ଆସନ ମିଳିବ । କଂଗ୍ରେସ କିଛି ଆସନ ପାଇବ ନାହିଁ ବୋଲି ଏହି ଆକଳନରୁ ଜଣାପଡ଼ିଛି ।
ଇଣ୍ଡିଆ ଟିଭିର ଏକଜିଟ ପୋଲ ପ୍ରକାଶ ପାଇଛି । ଓଡ଼ିଶା ନେଇ ସଂପୃକ୍ତ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି । ବିଜେପିକୁ ୧୫ରୁ ୧୭, ବିଜେଡ଼ିକୁ ୪ରୁ ୬ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ ବୋଲି ଅନୁମାନ କରାଯାଉଛି । ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ୧୨, ବିଜେପି ୮ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା ।