୭୧ କୋଟିର ମାଲିକ ନବୀନ
naveen patanaik

।। ପ୍ରଭାନ୍ୟୁଜ।। ଭୁବନେଶ୍ୱର,୩୦ା୪
୭୧ କୋଟି ଟଙ୍କାର ମାଲିକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନୀ ସତ୍ୟପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ନବୀନଙ୍କ ପାଖରେ ୩୦ ହଜାର ଟଙ୍କାର ନଗଦ ଥିବା ବେଳେ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ତା ଭିତରେ ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ ଓ ଫିକ୍ସଡ ଆକାରରେ ରହିଥିବା ଜଣା ପଡ଼ିଛି ।
ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ôଝ ଶାଖାରେ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଟଙ୍କାର ଜମା ରଖିଛନ୍ତି । ସମାନ ଭାବରେ ହିଞ୍ଜିଳିରେ ବି ଏକ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଜମା ରଖିଛନ୍ତି । କଣ୍ଟାବାଞ୍ôଝ ଓ ହିଞ୍ଜିଳିରେ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ଟଙ୍କା ରହିଛି ସେ କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଏହା ସହ ନବୀନଙ୍କ ପାଖରେ ୫୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ସଂପତ୍ତି ମଧ୍ୟ ରହିଛି । ନବୀନ ନିବାସ ସ୍ଥିତ ଘର ଓ ଜମିର ମୂଲ୍ୟ ୧୩ କୋଟି ୬୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଥିବା ବେଳେ ନୂଆଦିଲ୍ଲୀ ଅବଦୁଲ କଲାମ ରୋଡ୍ ସ୍ଥିତ ଘର ଦାମ ୪୩ କୋଟି ୩୬ ଲକ୍ଷ ଟଙ୍କା ହେବ ବୋଲି ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ ରହିଛି ।