ଅଦରକାରୀ ନୁହେଁ ପିଆଜ ଚୋପା ! କେଶ ପାଇଁ ଅଟେ ବେଶ୍‌ ଉପକାରୀ

ଅଦରକାରୀ ନୁହେଁ ପିଆଜ ଚୋପା ! କେଶ ପାଇଁ ଅଟେ ବେଶ୍‌ ଉପକାରୀ

ପିଆଜ ଚୋପା, ଅଧିକାଂଶ ଲୋକ ଏହାକୁ ଅଦରକାରୀ ଭାବନ୍ତି । କିନ୍ତୁ ଜାଣନ୍ତି ଏହା ଖୁବ୍‌ ଲାଭଦାୟକ । ଖାସ୍‌ କରି କେଶ ଏବଂ ବଗିଚା ପାଇଁ ଏହା ବେଶ୍‌ ଉପକାରୀ । ପିଆଜ ଚୋପାକୁ ଫୋପାଡ଼ିବା ପରିବର୍ତ୍ତେ, ଆପଣ କିଛି ବିଶେଷ ଉପାୟରେ ଆପଣଙ୍କ ଉଦ୍ଭିଦକୁ ସୁସ୍ଥ ଏବଂ କେଶକୁ ସୁନ୍ଦର କରିପାରିବେ। ଆସନ୍ତୁ ଜାଣିବାଟ୍ଟ ପିଆଜ ଚୋପାକୁ ଗୁଣ୍ଡ କରି ଏଥିରେ ଆଲୋଭେରା ଜେଲକୁ ମିଶାଇ ଲଗାନ୍ତୁ । ଏପରି କରିବା ଦ୍ବାରା ଏହା କେଶ ଲମ୍ବା, ଶକ୍ତିଶାଳୀ ଏବଂ ଚକଚକ୍ କରିବ।

ଏହାବ୍ୟତୀତ ପିଆଜ ଚୋପାକୁ ପାଣିରେ ଫୁଟାନ୍ତୁ ଏବଂ ଥଣ୍ଡା କରି ଏହାକୁ କେଶରେ ଲଗାନ୍ତୁ । ୩୦ ମିନିଟ୍ ପରେ କେଶକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ କେଶର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କେଶକୁ ସୁସ୍ଥ ରଖିବା ପାଇଁ ନଡ଼ିଆ ତେଲରେ ପିଆଜ ଚୋପା ଗୁଣ୍ଡକୁ ମିଶାଇ ଲଗାଇ ପାରିବେ ।  ଲଗାଇବାର ୩୦ ମିନିଟ୍ ପରେ କେଶକୁ ଧୋଇ ଦିଅନ୍ତୁ। ଏହା ଅନେକ କେଶ ସମସ୍ୟାକୁ ଦୂରେଇଥାଏ ।

ସେହିପରି ପିଆଜ ଚୋପାରୁ ଆପଣ ସାର ଏବଂ କମ୍ପୋଷ୍ଟ ତିଆରି କରିପାରିବେ। ଏହାକୁ ମାଟିରେ ପକାଇ ଦିଅନ୍ତୁ । ଏହା ନଷ୍ଟ ହେବା ପରେ ଏଥିରେ ଥିବା କ୍ୟାଲସିୟମ ଏବଂ ପୋଟାସିୟମ ମାଟିକୁ ପୋଷଣ ଦେବାରେ ସହାୟକ ହୋଇଥାଏ । ଯେଉଁଥିପାଇଁ ଗଛଗୁଡିକ ଶୀଘ୍ର ମଧ୍ୟ ବଢିପାରିବେ ।