ବାପା ଚାଲିଗଲେ ଅବିବାହିତ ଝିଅଙ୍କୁ ମିଳିବ ଚାକିରୀ !
Odisha Cabinet
 
                                ଭୁବନେଶ୍ୱର : ୩ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ଲାଗିଛି । ଥଇଥାନ ଯୋଜନାରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବାପା ଯଦି ଚାକିରୀ କରିଥିବେ ଓ ତାଙ୍କର ଅକାଳ ବିୟୋଗ ହୋଇଯିବ ତେବେ ତାଙ୍କର ଅବିବାହିତ ଝିଅ କିମ୍ବା ସାବତ ଝିଅଙ୍କୁ ବି ଚାକିରୀ ମିଳିପାରିବ । ସେହିପରି ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସର୍ଭିସରେ ୧୦% ସଂରକ୍ଷଣ ଦିଆଯାଇଛି । ଏହି ପ୍ରସ୍ତାବ ଉପରେ ବି କ୍ୟାବିନେଟର ମୋହର ଲାଗିଛି ।
ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ୩ ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ମୁଖ୍ୟସଚିବ ମନୋଜ ଆହୁଜା ସୂଚନା ଦେଇଥିଲେ ।
 
 Ramachandi Prasad
                                    Ramachandi Prasad                                 
    
             
    
 
    
 
 
 
