ଔଷଧ ନିରୀକ୍ଷକ ଭାବେ ଯୋଗଦେଲେ ସଙ୍ଗୀତା, ଅନନ୍ୟା, ରୁବିନା
ଭୁବନେଶ୍ୱର : ଓଡିଶା ଔଷଧ ନିୟନ୍ତ୍ରଣ ପ୍ରଶାସନ ସମ୍ମାନର ସହିତ ଘୋଷଣା କରୁଛି ଯେ ସଙ୍ଗୀତା ପଟ୍ଟନାୟକ ଅଗଷ୍ଟ ୩୦ରୁ ଭୁବନେଶ୍ୱର ରେଞ୍ଜ–୫ର ଔଷଧ ନିରୀକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମିସ୍ ପଟ୍ଟନାୟକଙ୍କର ଦୃଢ଼ ଶିକ୍ଷାଗତ ପୃଷ୍ଠଭୂମି ସହିତ ଲୋକସ୍ୱାସ୍ଥ୍ୟ ପ୍ରତି ଗଭୀର ସମର୍ପଣ ରହିଛି । ସେ ଉକôଳ ବିଶ୍ୱବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ୱରରୁ ବି.ଫାର୍ମ ଏବଂ ପ୍ରସିଦ୍ଧ ନ୍ୟାସନାଲ ଇନଷ୍ଟିଟୁ୍ୟଟ୍ ଅଫ୍ ଫାର୍ମାସୁ୍ୟଟିକାଲ୍ ଏଡୁ୍ୟକେସନ୍ ଆଣ୍ଡ ରିସର୍ଚ୍ଚ (ଏନ୍ଆଇପିଆର), ହାଇଦ୍ରାବାଦରୁ ଏମ୍.ଏସ୍. ଫାର୍ମା ଡିଗ୍ରୀ ଅର୍ଜନ କରିଛନ୍ତି । ତାଙ୍କର ଯୋଗଦାନରେ ବିଭାଗର ନିରୀକ୍ଷଣ ଓ କାର୍ଯ୍ୟାନୁଷ୍ଠାନ ଶକ୍ତିଶାଳୀ ହେବା ସହିତ ଅଞ୍ଚଳରେ ଔଷଧର ଗୁଣମାନ, ନିୟମ ପାଳନ ଓ ନୈତିକ ବ୍ୟବସ୍ଥାପନା ଉପରେ ସୁସ୍ପଷ୍ଟ ନଜର ରହିବ । ସେହିପରି ଭୁବନେଶ୍ୱର ରେଞ୍ଜ–୬ ର ଔଷଧ ନିରୀକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନନ୍ୟା କୁମାରୀ ଆଇଚ । ସେ ଉକôଳ ବିଶ୍ୱବିଦ୍ୟାଳୟରୁ ବି.ଫାର୍ମ ସମ୍ପୂର୍ଣ୍ଣ କରିଥିବା ସହିତ ନ୍ୟାସନାଲ୍ ଇନଷ୍ଟିଟୁ୍ୟଟ୍ ଅଫ୍ ଫାର୍ମାସୁ୍ୟଟିକାଲ୍ ଏଡୁ୍ୟକେସନ୍ ଆଣ୍ଡ ରିସର୍ଚ୍ଚ (ଏନ୍ଆଇପିଆର), ହାଇଦ୍ରାବାଦରୁ ଏମ୍.ଏସ୍. ଫାର୍ମା ଡିଗ୍ରୀ ଅର୍ଜନ କରିଛନ୍ତି । ତାଙ୍କର ଶିକ୍ଷାଗତ ଯାତ୍ରା ଔଷଧ ବିଜ୍ଞାନ ଓ ଲୋକସ୍ୱାସ୍ଥ୍ୟ ପ୍ରତି ସମର୍ପଣକୁ ପ୍ରକାଶ କରେ । ତାଙ୍କର ଯୋଗଦାନ ଔଷଧର ଗୁଣତା ସୁନିଶ୍ଚିତ କରିବା, ନିୟମାନୁସାରିତା ପାଳନ କରାଇବା ଓ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କରିବାରେ ବିଭାଗର ଚାଲୁଥିବା ପ୍ରୟାସକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ସେହିପରି ଭୁବନେଶ୍ୱର ରେଞ୍ଜ–୩ ର ଔଷଧ ନିରୀକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ରବିନା ଦାସ । ସେ କନକ୍ ମଞ୍ଜରୀ ଇନଷ୍ଟିଟୁ୍ୟଟ୍ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍ (କେଏମଆଇପିଏସ), ରାଉରକେଲାରୁ ବି.ଫାର୍ମ ଡିଗ୍ରୀ ଅର୍ଜନ କରିଥିବା ସହିତ ପ୍ରତିଷ୍ଠିତ ନାସନାଲ୍ ଇନଷ୍ଟିଟୁ୍ୟଟ୍ ଅଫ୍ ଫାର୍ମାସୁ୍ୟଟିକାଲ୍ ଏଡୁ୍ୟକେସନ୍ ଆଣ୍ଡ ରିସର୍ଚ୍ଚ (ଏନ୍ଆଇପିଆର), ହାଇଦ୍ରାବାଦ ରୁ ଏମ୍.ଫାର୍ମ ଡିଗ୍ରୀ ସମ୍ପୂର୍ଣ୍ଣ କରିଛନ୍ତି । ଔଷଧ ନିରୀକ୍ଷକ ଭାବେ, ମିସେସ୍ ଦାସ ଡ୍ରଗ୍ସ ଏଣ୍ଡ କସ୍ମେଟିକ୍ସ ଆକ୍ଟ୍ ଓ ରୁଲ୍ସ ପାଳନ, ଔଷଧ ସମ୍ବନ୍ଧୀୟ ପ୍ରତିଷ୍ଠାନଗୁଡ଼ିକର ନିୟମିତୀକରଣ ଓ ସାଧାରଣ ଲୋକଙ୍କ ପାଇଁ ଗୁଣବତ୍ତାପୂର୍ଣ୍ଣ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବେ । ତାଙ୍କର ଜ୍ଞାନ ଓ ସମର୍ପଣ ବିଭାଗର ଲୋକସ୍ୱାସ୍ଥ୍ୟ ସୁରକ୍ଷା ଉଦେ୍ଦଶ୍ୟକୁ ଆହୁରି ସୁଦୃଢ଼ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି । ଔଷଧ ନିୟନ୍ତ୍ରଣ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ତାଙ୍କର ନୂତନ ଦାୟିତ୍ୱରେ ସମର୍ପଣ ଓ ସତ୍ୟନିଷ୍ଠା ସହିତ କାର୍ଯ୍ୟ କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।