ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରେ ଅଡ଼ିଓ ଓ କ୍ରୋମା ରେକର୍ଡିଂ ଷ୍ଟୁଡ଼ିଓ ଉଦ୍ଘାଟିତ
ଭୁବନେଶ୍ୱର : ଉକôଳ ସଙ୍ଗୀତ ମହାବିଦ୍ୟାଳୟରେ ଆଜି ଏକ ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓ ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓକୁ ଉଦ୍ଘାଟନ କରିଥିଲେ ।
"ଉକôଳ ସଙ୍ଗୀତ ମହାବିଦ୍ୟାଳୟରେ ସ୍ଥାପିତ ହୋଇଥିବା ଏହି ନୂତନ ଅଡ଼ିଓ ଓ କ୍ରୋମା ରେକର୍ଡିଙ୍ଗ୍ ଷ୍ଟୁଡ଼ିଓ ଓଡିଶାର ନୃତ୍ୟ, ସଙ୍ଗୀତ ଓ ନାଟକ ଜଗତକୁ ସମର୍ପିତ । ଏହାଦ୍ୱାରା ଆମ ଓଡ଼ିଶାର କଳାକାରମାନେ ବେଶ୍ ଉପକୃତ ହେବେ । ଓଡ଼ିଶାର ଐତିହ୍ୟ, ସାଂସ୍କୃତିକ ଗୌରବଗାଥାକୁ ବିଶ୍ୱବିଦିତ କରିବା ଏବଂ ଲୁପ୍ତପ୍ରାୟ ଲୋକକଳାକୁ ପୁନର୍ଜୀବିତ କରିବାରେ ଏହା ସହାୟକ ହେବ । ଆଗାମୀ ଦିନରେ ଏହି ନୂତନ କ୍ରୋମା ଓ ଅଡିଓ ରେକର୍ଡିଙ୍ଗ ଷ୍ଟୁଡ଼ିଓର ବ୍ୟବହାରକୁ ନେଇ ସଂସ୍କୃତି ବିଭାଗ ତରଫରୁ ଏକ ଏସଓପି ଜାରି କରାଯିବ । ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ରେକର୍ଡିଙ୍ଗ କରାଯିବା ସହିତ ଘରୋଇ ସଂସ୍ଥାମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏହି ଷ୍ଟୁଡ଼ିଓରେ ରହିଥିବା ଅତ୍ୟାଧୁନିକ ବ୍ୟବସ୍ଥା ଓଡ଼ିଶାର ଲୋକକଳା ଓ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର କରିବା ସହିତ ଜନସାଧାରଣଙ୍କ ବ୍ୟବହାରରେ ଆସିବ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ।
ମନ୍ତ୍ରୀ କ୍ରୋମା ଷ୍ଟୁଡ଼ିଓରେ ରେକର୍ଡିଙ୍ଗ ହେଉଥିବା ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମକୁ ଦେଖିବା ସହିତ ଶାସ୍ତ୍ରୀୟ ଓ ଲୋକ ବାଦ୍ୟଯନ୍ତ୍ର ସଂଗ୍ରହାଳୟକୁ ବୁଲି ଦେଖିଥିଲେ । ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ, ଉକôଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନା, ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସୁଜାତା ମହାପାତ୍ର, ଇଲିଆନା ସିତାରିଷ୍ଟ, ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି, ପ୍ରଜ୍ଞା ରଞ୍ଜନ ଖଟୁଆ ଓ ନୃତ୍ୟ, ସଙ୍ଗୀତ ଓ ଲୋକକଳା ଜଗତର ବହୁ ବିଶିଷ୍ଟ ସାଧକଗଣ ଉପସ୍ଥିତ ଥିଲେ ।