ବାଳକ ଫୁଟବଲ୍ ଚାମ୍ପିଅନସିପ୍ ଉଦ୍ଘାଟିତ
ପୁରୀ: ପୁରୀ ଜିଲ୍ଲା କ୍ରୀଡ଼ା ସଂସଦ ଓ ନୀଳଚକ୍ର ସ୍ପୋର୍ଟ୍ସ କ୍ଲବର ମିଳିତ ସହଯୋଗରେ ତାଳବଣିଆ ଇନ୍ନୋର ଷ୍ଟାଡ଼ିୟମ୍ ଠାରେ ୧୫ବର୍ଷରୁ କମ୍ ବାଳକ, ଆନ୍ତଃ କ୍ଲବ ଫୁଟ୍ବଲ୍ ଚମ୍ପିୟାନସିପ୍ ଆରମ୍ଭ ହୋଇଛି । ସିଏମ୍ ଟ୍ରଫି ଜିଲ୍ଳାସ୍ତରୀୟ ଫୁଟବଲ୍ ଚମ୍ପିୟାନସିପ୍ ୨୦୨୫ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ଚାମ୍ପିଅନସିପ୍ ୨୨ ତାରିଖରେ ଉଦ୍ୟାପିତ ହେବ । ଫାଇନାଲ ମ୍ୟାଚ୍ ୨୨ ତାରିଖରେ ଅନୁଷ୍ଠିତ ହେବା ସହ ଶ୍ରେଷ୍ଠ ଦଳ ଓ କ୍ରୀଡ଼ାବିତ୍ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଗୁରୁବାର ଦିନ ଏହି ଚମ୍ପିୟାନସିପ୍କୁ ସୂଚନା ଓ ଲୋକସମ୍ପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ସହ ପ୍ରତିଭା ଅନେକ ଲକ୍ଷ୍ୟ ଏକ ନାମରେ ଯେଉଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି ତାହାର ସୁଫଳ ସମସ୍ତ କ୍ରୀଡ଼ାବିତ୍ମାନେ ନେବା ପାଇଁ ଅନୁରୋଧ କରିଥିଲେ । ଆଜିତର ସମୟରେ ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ଓ ଦକ୍ଷତା ବିକାଶର ସୁଯୋଗ ସହ ରୋଜଗାରର ସମ୍ଭାବନା ରହିଛି । ତେଣୁ ନିଷ୍ଠାର ସହ ଏହାର ଅଭ୍ୟାସ ଓ କ୍ୟାରିୟର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । କ୍ରୀଡ଼ା ସଂସଦର ପୂର୍ବତନ ଉପସଭାପତି ରାମଚନ୍ଦ୍ର ଦାସମହାପାତ୍ର, ଓଡ଼ିଶା ଅଲମ୍ପିକ ସଂଘର କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ, ଜିଲ୍ଳା କ୍ରୀଡ଼ାଧିକାରୀ ଚନ୍ଦନ କୁମାର ସାହୁ, ଶ୍ରୀ ନୀଳଚକ୍ର ସ୍ପୋର୍ଟ୍ସ କ୍ଲବର ସଭାପତି ଜଗନ୍ନାଥ ରେଡ୍ଡୀ, ସଂପାଦକ ସନ୍ତୋଷ କୁମାର ଛୁଆଳ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ନିମାପଡ଼ା ଓ ନୀଳଚକ୍ର ସ୍ପୋର୍ଟ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା