ଆଇନ ସଚେତନତା ଶିବିର
ପୁରୀ: ପୁରୀ ଜିଲ୍ଳା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୁରୀ ଜିଲ୍ଳା ସ୍କୁଲ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀର ଜିଲ୍ଳା ଓ ଦୌରାଜଜ୍ ଅଜନ୍ତା ଷଡ଼ଙ୍ଗୀଙ୍କ ନିଦେ୍ର୍ଦଶ କ୍ରମେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଏହି ଶିବିରକୁ ଉଦ୍ଘାଟନ କରିଥିଲେ ପ୍ରାଧିକରଣର ସଚିବ ଅମିତ କୁମାର ବାରିକ । ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ବାରିକ ଆଇନସେବା ପ୍ରାଧିକରଣ ଅଧିନୀୟମ, ୧୯୮୭ରେ ଥିବା ବିଭିନ୍ନ ବିଧି ବ୍ୟବସ୍ଥାର ଉଦେ୍ଧଶ୍ୟ ଓ ଆଭିମୁଖ୍ୟ ନିଃଶୁଳ୍କ ଆଇନସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ ଏବଂ ସମ୍ମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନସେବା କଣ ଓ ଏହି ସେବା ପାଇବା ପାଇଁ କେଉଁମାନେ ଯୋଗ୍ୟ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଶିବିରରେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର, ଶିକ୍ଷକ ବିଦ୍ୟାଧର ମିଶ୍ର, ସ୍କୁଲ ଲିଗାର ଲିଟେରାସି କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ଅରୁଣ ଭଟ୍ଟାଚାର୍ଯ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରାଧିକରଣ ପକ୍ଷରୁ ଧନ୍ୟବାଦ ଦିଆଯିବା ସହ ଆଇନ ସେବାର ଉପାଦେୟତା ଓ ଉପଯୋଗିତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।