ଆରମ୍ଭ ହେଲା ଏଫ୍ଆଇଏଚ୍ ପ୍ରୋ ଲିଗ୍ : ଭାରତୀୟ ମହିଳା ହକି ଦଳ ବିଜୟୀ 

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଏଫ୍ଆଇ୍ଏଚ୍ ପ୍ରୋ ଲିଗ ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ପ୍ରଥମ ଦିନରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମ୍ୟାଚ୍ରେ ଉପସ୍ଥିତ ରହି କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଥମ ଦିନରେ ମହିଳା ହକି ବର୍ଗରେ ୨ଟି ଏବଂ ପୁରୁଷ ହକି ବର୍ଗରେ ୧ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସ୍ପେନ୍ ଓ ଜର୍ମାନୀ ମହିଳା ହକି ଦଳ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ସ୍ପେନ୍ ମହିଳା ହକି ଦଳ ବିଜୟ ହାସଲ କରିଥିବା ବେଳେ ଭାରତ ଓ ଇଂଲଣ୍ଡ ମହିଳା ହକି ଦଳ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ବିଜୟ ହାସଲ କରିଥିଲେ । ଶେଷରେ ଭାରତ ଓ ସ୍ପେନ ପୁରୁଷ ହକି ଦଳ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ସ୍ପେନ ପୁରୁଷ ହକି ଦଳ ବିଜୟ ହାସଲ କରିଥିଲେ ।