ବାରମ୍ବାର ଚୋରି ସତ୍ତ୍ୱେ ପଶୁନି ଚେତା ପୁଲିସ ନିଷ୍କ୍ରିୟତାକୁ ନେଇ ଯୋରନ୍ଦା ଫାଣ୍ଡି ଘେରାଉ
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅଞ୍ଚଳରେ ବାରମ୍ବାର ଚୋରି ଘଟୁଥିବାବେଳେ ପୁଲିସର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ବାସିନ୍ଦା ଯୋରନ୍ଦା ଫାଣ୍ଡି ଘେରାଉ କରିବା ସହିତ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଫାଣ୍ଡି ଅଧିକାରୀଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି ।
ପ୍ରକାଶ ଯେ, ଜାମୁଶରା କଲୋନୀ ସାହିରେ ଗତ ଶନିବାର ରାତିରେ ୩ଟି ଘରୁ ଚୋରି ହୋଇଥିଲା । ତେବେ ୩ଟି ଘଟଣାରେ ଘରର ଝରକା ତାଡି ଚୋରମାନେ ଘର ଭିତରେ ପଶି ଚୋରି କରିଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ଢେଙ୍କାନାଳ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ପସନ୍ନ ରାଉତଙ୍କ ଘର ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିଥିଲେ । ଦ୍ୱିତୀୟ ଘଟଣାଟି ସେହିଠାରୁ କିଛି ଦୂରରେ ଥିବା ବାଇଧର ଦେବତାଙ୍କ ପରିବାର ବାହାରକୁ ଯାଇଥିବାବେଳେ ତାଙ୍କ ଝରକା ତାଡି ଚୋରମାନେ ଘରେ ପଶି ତଳମହଲା ଓ ଉପର ମହଲାରେ ସବୁ ଘର ତାଲା ଭାଙ୍ଗି ଗଡରେଜ ଭାଙ୍ଗି ଥିଲେ ମଧ୍ୟ କିଛି ପାଇନଥିଲେ । କେବଳ ୮/୧୦ଟି ଦାମିକା ଶାଢ଼ୀ ଚୋରି କରି ନେଇଛନ୍ତି । ସେହିପରି ସାହି ଭିତରେ ଥିବା ଜି ଅଲେଖ ଦୋରାଙ୍କ ଘର ଝରକା ତାଡି ଘରେ ପଶିଥିଲେ ମଧ୍ୟ କେବଳ କିଛି ପୁରୁଣା ଶାଢ଼ି ଚୋରି କରି ନେଇଛନ୍ତି ଚୋର । ଏହା ପୂର୍ବରୁ ମଧ୍ୟ ଅଲେଖ ଦୋରାଙ୍କ ଘର ୨ଥର ଚୋରି ହୋଇଛି । ଗତ ସପ୍ତାହରେ ନାଟିମା ବଜାରର ୨ଟି ଦୋକାନ, ଚବିଶକୁଦର ଗୋଟିଏ ଓ କାବରାର ଗୋଟିଏ ଦୋକାନରୁ ଦୁର୍ବୃତ୍ତ ଚୋରି କରିଥିଲେ । ଚବିଶକୁଦ ଘଟଣାରେ ଚୋରି ବେଳର ଭିଡିଓ ସିସିଟିଭିରେ ଧରାପଡିଥିଲେ ମଧ୍ୟ ପୁଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଇନଥିବା ଯୋରନ୍ଦାବାସୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଜାମୁଶରା ଗ୍ରାମ କଲୋନୀ ସାହିବାସିନ୍ଦା ଯୋରନ୍ଦା ଫାଣ୍ଡି ଘେରାଉ କରିବା ସହିତ ୩ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉଦେ୍ଦଶ୍ୟରେ ଫାଣ୍ଡି ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଦାବି ମଧ୍ୟରେ ଯୋରନ୍ଦା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ଦୃଢ କରିବା, ଯୋରନ୍ଦା ଫାଣ୍ଡିରେ ଅଭାବ ଥିବା ଷ୍ଟାଫ୍ପୂରଣ କରିବା ସହିତ ଫାଣ୍ଡି ଗାଡି ପାଇଁ ସ୍ଥାୟୀ ଚାଳକ ନିଯୁକ୍ତି ଓ ଜାମୁଶରା ଠାରୁ ଯୋରନ୍ଦା ପର୍ଯ୍ୟନ୍ତ ଛକ ଜାଗା ମାନଙ୍କରେ ରାତିରେ ହୋମଗାର୍ଡ ମୁତୟନ ପ୍ରଭୁତି ଦାବି ସମ୍ପର୍କରେ ସାହିବାସିନ୍ଦା ପ୍ରସନ୍ନ ରାଉତ, ତପନ ରାଉତ, ଅମ୍ବିକା ପ୍ରସାଦ ମିଶ୍ର, ପ୍ରକାଶ ରାଉତ, ଅରୁଣ ସାହୁ, ଗୟାଧର ପଣ୍ଡିତ, ବୈକୁଣ୍ଠ ବିହାରୀ ଚାହାଣି , ଶକ୍ତି ପ୍ରସାଦ ନାୟକ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।