ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପି କାଉନସିଲର
ାା ପ୍ରଭାନୁ୍ୟଜ ।ା ନୀଳଗିରି: ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛିଦିନ ଧରି ଚାଲିଥିବା ରାଜନୈତିକ ହଟଚମଟ ମଧ୍ୟରେ ବିଜେପିର ୧୧ଜଣିଆ କାଉନସିଲର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ସମୟରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ସହିତ ରାଜ୍ୟ ସ୍ୱାସ୍ଥ୍ୟ, ସୂଚନା ପ୍ରସାରଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଉପସ୍ଥିତ ରହିଥିଲେ । ସୂଚନା ଅନୁଯାୟୀ, ନୀଳଗିରି ଏନ୍ଏସି ୧୩ଗୋଟି ୱାର୍ଡକୁ ନେଇ ଗଠିତ ହୋଇଥିବାବେଳେ ନୀଳଗିରି ବିଜେଡିର ସଂଗଠନକୁ ସୁଦୃଢ କରି ଏନ୍ଏସିରେ ୮ଜଣ କାଉନସିଲର ଜିତାଇବା ସହିତ ଅଧ୍ୟକ୍ଷା ପଦବୀ ହାତେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସନ୍ତୋଷ କୁମାର ଖଟୁଆ । ମାତ୍ର ଗତ ସାଧାରଣ ନିର୍ବାଚନରେ ପଟ୍ଟ ପରିବର୍ତ୍ତନ କରି ବିଜେପିରେ ସାମିଲ ହୋଇଥିଲେ ଶ୍ରୀଯୁକ୍ତ ଖଟୁଆ ବିଧାୟକ ପଦବୀ ହାତେଇଥିଲେ । ବିଜେପିରେ ସାମିଲ ହେବା ପରେ ତାଙ୍କ ଅନୁଗତ କର୍ମୀ ବହୁ ସଂଖ୍ୟାରେ ବିଜେପିରେ ସାମିଲ ହୋଇଥିଲେ । ଏନ୍ଏସିରେ ମଧ୍ୟ ଅନୁରୂପ ଭାବେ ବିଜେପିରେ ସାମିଲ କାଉନସିଲର ଅଧ୍ୟକ୍ଷାଙ୍କୁ ଏକଘରିଆ ଅନାସ୍ଥା ପ୍ରସ୍ତାବ ଆଗତ କରି ଗତ ଅଗଷ୍ଟ ୫ତାରିଖରେ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏବଂ ଜିଲ୍ଲାପାଳ ଏ ନେଇ ଆସନ୍ତା ଅଗଷ୍ଟ ୧୪ତାରିଖରେ ଏକ ବୈଠକ ଅନୁଷ୍ଠିତ କରି ଅନାସ୍ଥା ସମ୍ପର୍କରେ ବିଚାର ବିମର୍ଷ ହେବା ନେଇ ସୂଚନା ଦେଇଥିଲେ । ଏବଂ ଦରକାର ପଡିଲେ ଉକ୍ତ ଦିବସ ୧୨.୩୦ମିନିଟ ସମୟରେ ଅନାସ୍ଥା ବିରୋଧରେ ମତଦାନ କରାଯିବ ଏବଂ ଦିନ ୧ଟା ସମୟରେ ଗଣତି ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ବିଜେପି କାଉନସିଲରଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅନାସ୍ଥା ଚର୍ଚ୍ଚା ଜୋର ଧରିଛି ।