ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
PRAVATI PARIDA

ତିନି ତିନି ଥର ବିଧାନସଭା ନିର୍ବାଚନରେ ହାରିଥିଲେ । ତଥାପିବି ନିମାପଡ଼ାବାସୀଙ୍କ ହକ୍ ପାଇଁ ଅହରହ ଲଢ଼ି ଆସୁଥିଲେ । ଯାହାର ଫଳ ସେ ଏବେ ପାଇଛନ୍ତି । ୨୦୨୪ରେ ପ୍ରଥମ ଥର ପାଇଁ ବିଧାୟିକା ଭାବେ ସେ ନିର୍ବାଚିତ ହୋଇଛନ୍ତି । ବିଜେପି ବିଧାୟକମାନେ ଆଜି ତାଙ୍କୁ ଗୁରୁ ଦାୟିତ୍ୱ ଦେଇଥିବାବେଳେ ସେ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସାଧାରଣ ପ୍ରଶାସନରେ ସେ ଏମଏ କରିଥିବାବେଳେ ଓଡ଼ିଶା ହାଇକୋର୍ଟରେ ଓକିଲ ଭାବେ ବି କାର୍ଯ୍ୟ କରିଛନ୍ତି । ପୂର୍ବରୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସେ ସଭାନେତ୍ରୀ ରହିବା ସହ ଦଳର ବହୁ ପଦପଦବୀରେ କାର୍ଯ୍ୟ କରି ଆସୁଛନ୍ତି ।