ହଟିଲା ୫-ଟି ଓ ମୋ ସରକାର

ଭୁବନେଶ୍ୱର : ବିଜେପି ସରକାରରାଜ୍ୟରେ କ୍ଷମତାକୁ ଆସିବା ପରେ ବନ୍ଦ କରିଛନ୍ତି ୫ଟି ଓ ମୋ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ କୁହାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସଚିବଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶାରେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ବୃତ୍ତିଗତ ଓ ବ୍ୟାବହାରିକ ପରିବର୍ତନ ପାଇଁ ନବୀନ ସରକାର ଆରମ୍ଭ କରିଥିଲେ ‘ମୋ ସରକାର’। ୫-ଟି ଭଳି ‘ମୋ ସରକାର’ ଲୋକଙ୍କଠାରୁ ସିଧାସଳଖ ମତାମତ ନେଇ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରାଯାଉଥିଲା।
୨୦୧୯ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଆରମ୍ଭ କରିଥିଲେ । ଏହାର ଦାୟିତ୍ୱ ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ।
ଏହାଦ୍ୱାରା ରାଜ୍ୟ ସରକାର ଓ ସରକାରୀ କର୍ମଚାରୀଙ୍କ ଉପରେ ଲୋକଙ୍କ ଭରସା ଆଣିବାରେ ଏହା ସହାୟକ ହୋଇପାରିଛି ବୋଲି ସରକାର ଦାବି କରିଥିଲେ।