ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା : ବଡ଼ଦାଣ୍ଡରେ ରହିବନି ମଦ ଦୋକାନ

ଭୁବନେଶ୍ୱର : ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା । ପୁରୀ ଶ୍ରୀମନ୍ଦିରର ୧ କିଲୋମିଟର ପରିଧି ଏବଂ ବଡ଼ଦାଣ୍ଡରେ ମଦ ଦୋକାନ ରହିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । କେବଳ ସେତିକି ନୁହେଁ, ବଡ଼ଦାଣ୍ଡ ଏବଂ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ମଧ୍ୟ ବନ୍ଦ ରହିବ ।
ଆଧ୍ୟାତ୍ମିକତାର ସୁରକ୍ଷା ପାଇଁ ମନ୍ଦିର ପାଖେ କୌଣସି ତାମସିକ କଥା ନ ରହୁ ବୋଲି ମନ୍ତ୍ରୀ କହିବା ସହ ମଦ ବିକ୍ରି ବନ୍ଦ ପଲିସି ଆସିବା ପରେ ଏହା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ।