୨୯ରୁ "ବିକଶିତ କୃଷି ସଂକଳ୍ପ ଅଭିଯାନ’ : ଆଭାସୀରେ ଶୁଭାରମ୍ଭ କରିବେ ମୋଦି

୨୯ରୁ "ବିକଶିତ କୃଷି ସଂକଳ୍ପ ଅଭିଯାନ’ : ଆଭାସୀରେ ଶୁଭାରମ୍ଭ କରିବେ ମୋଦି

 ଭୁବନେଶ୍ୱର :  କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ କୃଷି ପଦକ୍ଷେପଗୁଡିକୁ ତୃଣମୂଳସ୍ତରରେ ପହଞ୍ଚାଇ କୃଷିରେ ନବସୃଜନ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ବିକଶିତ କୃଷି ସଂକଳ୍ପ ଅଭିଯାନ  । ଆସନ୍ତା ମେ’ ୨୯ରୁ ଜୁନ୍ ୧୨ ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଚାଲିବ  । ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାର ଐତିହ୍ୟ ସହର ପୁରୀରୁ ଆରମ୍ଭ ହେବ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଅଭିଯାନର ଶୁଭାରମ୍ଭ କରିବେ  । ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମସô୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ  । ଏହାକୁ ନେଇ କୃଷି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ  । କେନ୍ଦ୍ର କୃଷିମନ୍ତ୍ରୀଙ୍କ ସମେତ ଅତିଥିବୃନ୍ଦ ପ୍ରଥମେ ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ  ତ୍ରିରଙ୍ଗାଯାତ୍ରାରେ ସାମିଲ ହେବେ  । ସାକ୍ଷୀଗୋପାଳ ସ୍ଥିତ ବୀରଗୋବିନ୍ଦପୁର କୃଷି ବିଜ୍ଞାନ କେନ୍ଦ୍ରରେ ଅଭିଯାନର ଶୁଭାରମ୍ଭ କରାଯିବ  । ଏହି ସମୟରେ କୃଷି ରଥର ଶୁଭାରମ୍ଭ ମଧ୍ୟ କରାଯିବ  । ପରେପରେ ସିଫାର କାର୍ଯ୍ୟକ୍ରମରେ ଯୋଗଦାନ କରିବେ  । ଏହାବ୍ୟତୀତ, କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ମ୍ୟାଙ୍ଗୋ ଫେଷ୍ଟିଭାଲରେ ଯୋଗଦେବା ସହ ପରବର୍ତ୍ତୀ ସମୟରେ ଓୟୁଏଟି କାର୍ଯ୍ୟକ୍ରମରେ ସାମିଲ୍ ହେବାର କାର୍ଯ୍ୟସୂଚୀ ରହିଛି  । ସମସ୍ତ କାର୍ଯ୍ୟକ୍ରମରେ ‘ଏକ୍ ପେଡ ମାଁ କେ ନାମ୍' ଅନ୍ତର୍ଗତ ବୃକ୍ଷ ରୋପଣ କରାଯିବ  । ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, କୃଷକ ଭାଇଭଉଣୀମାନେ ଯୋଗଦେବେ  । ଆୟୋଜିତ ପ୍ରସ୍ତୁତି ବୈଠକରେ କୃଷି ନିଦେ୍ର୍ଦଶକ ଶୁଭମ୍ ସକ୍ସେନା, ଓୟୁଏଟି କୁଳପତି ଡ଼ ପ୍ରଭାତ କୁମାର ରାଉଳ, ସିଫା ନିଦେ୍ର୍ଦଶକ ପିକେ ସାହୁ, ଆଇସିଏଆର ଡେପୁଟି ଡ଼ାଇରେକ୍ଟର ଜେନେରାଲ, କେନ୍ଦ୍ରୀୟ ଉଦ୍ୟାନକୃଷି ପରୀକ୍ଷଣ କେନ୍ଦ୍ର, ଓୟୁଏଟି ଡିନ, କୃଷି ବିଜ୍ଞାନ କେନ୍ଦ୍ର ପ୍ରମୁଖରୁ ବରିଷ୍ଠ ଅଧିକାରୀବୃନ୍ଦ ଯୋଗଦେଇଥିଲେ  ।