ଆସନ୍ତା ୨୯ତାରିଖରେ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ

ଆସନ୍ତା ୨୯ତାରିଖରେ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ

*ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା ୨୯ ତାରିଖରେ କେନ୍ଦ୍ର ଏବଂ ରାଜ୍ୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ*

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୯ ତାରିଖ ବାରିପଦାର ଛଉପଡିଆ, ବାଲେଶ୍ୱରର ରେମୁଣା, ନରହରି ପଡିଆ ଏବଂ କେନ୍ଦ୍ରାପଡାର ବରୁଆ ପଡିଆଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ

 କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୯ ତାରିଖ ଦିନ ଜଗତସିଂହପୁରର ନିମାପଡା, କାକଟପୁର, ପାରାଦୀପ, ଜଗତସିଂହପୁର, ତିର୍ତୋଲ, ଭଦ୍ରକର ଚାନ୍ଦବାଲି,ଧାମନଗର ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ

 ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ୨୯ ତାରିଖ ଧାମରାଠାରେ ଅନୁଷ୍ଠିତ ରୋଡ ସୋ ଓ ଜନସଭାରେ ଯୋଗ ଦେବେ । ଏହା ପରେ ଶ୍ରୀମତି ଷଡଙ୍ଗୀ ଭଣ୍ଡାରିପୋଖରୀଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ ।

 ତାରକା ପ୍ରଚାରକ ତଥା ସିନେ ଅଭିନେତା ଶ୍ରୀତମ ଦାସ ୨୯ ତାରିଖ ଭଣ୍ଡାରିପୋଖରୀ, ଖଇରା ଓ ସିମୁଳିଆ, ଭଦ୍ରକ ସହରରେ ଅନୁଷ୍ଠିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର, ତା.୨୮/୦୫: ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଜରୁରୀ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବଂ ଏହାର ନେତୃତ୍ୱ ନେବେ ଓଡିଆ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସହିତ ଚାରି ଦ୍ୱାର ଖୋଲାଯିବ । ଓଡିଆ ଅସ୍ମିତାର ସୁରକ୍ଷା ହେବ ଆମର ପ୍ରାଥମିକତା । ରାଜ୍ୟ ବିକାଶରେ ବାଧକ ସାଜିଥିବା ଦୁର୍ନୀତିଖୋର ଓ ଭ୍ରଷ୍ଟାଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶେଷ ହୋଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ବ୍ୟାପକ ସମର୍ଥନ ମିଳିଛି । ପ୍ରଥମ ୩ଟି ପର୍ଯ୍ୟାୟ ନିର୍ବାଚନରେ ଉଭୟ ବିଧାନସଭା ଏବଂ ଲୋକସଭା ଆସନରେ ବିଜେପି ବୃହତ ବିଜୟ ଲାଭ କରିବ । ଆସନ୍ତା ଜୁନ ୧ ତାରିଖ ଦିନ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ପ୍ରଚାର ପ୍ରସାରକୁ ଶାଣିତ କରିବା ପାଇଁ ଏବଂ ମୋଦି ଗ୍ୟାରେଂଟିର ଲାଭକୁ ଘରେ ଘରେ ପହଂଚଇବା ଉଦ୍ଦେଶ୍ୟରେ ଆସନ୍ତା ୨୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୨୯ ତାରିଖ ମଧ୍ୟାହ୍ନ ୧୨.୩୦ରେ ବାରିପଦାର ଛଉପଡିଆ, ଅପରାହ୍ନ ୨ ଟାରେ ବାଲେଶ୍ୱରର ରେମୁଣାସ୍ଥିତ ନରହରି ପଡିଆ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡାର ବରୁଆ ପଡିଆଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

 ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ୨୯ ତାରିଖ ଦିନ ସକାଳ ୯.୩୦ରେ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିମାପଡା, ସକାଳ ୧୦.୩୦ରେ କାକଟପୁର, ମଧ୍ୟାହ୍ଣ ୧୧.୩୦ରେ ପାରାଦୀପ, ମଧ୍ୟାହ୍ଣ ୧୨.୩୦ ଜଗତସିଂହପୁର, ଅପରାହ୍ଣ ୧.୩୦ରେ ତିର୍ତୋଲ, ଅପରାହ୍ଣ ୨.୪୫ରେ ଭଦ୍ରକର ଚାନ୍ଦବାଲି, ଅପରାହ୍ଣ ୪.୩୦ ଧାମନଗର ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ଆସନ୍ତା କାଲି ୨୯ ତାରିଖ ଦିନ ସକାଳ ୧୦.୩୦ରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରଧାମରାଠାରେ ଅନୁଷ୍ଠିତ ରୋଡ ସୋ ଓ ଜନସଭାରେ ଯୋଗ ଦେବେ । ଏହା ପରେ ଶ୍ରୀମତି ଷଡଙ୍ଗୀ ଅପରାହ୍ଣ ୨.୩୦ରେ ଭଣ୍ଡାରିପୋଖରୀଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ ।

ତାରକା ପ୍ରଚାରକ ତଥା ସିନେ ଅଭିନେତା ଶ୍ରୀତମ ଦାସ ଆସନ୍ତା କାଲି ୨୯ ତାରିଖ ଦିନ ସକାଳ ୧୦ଟାରେ ଭଣ୍ଡାରିପୋଖରୀ, ଅପରାହ୍ଣ ୨ଟାରେ ଖଇରା ଓ ସିମୁଳିଆ, ସନ୍ଧ୍ୟା ୫ଟାରେ ଭଦ୍ରକ ସହରରେ ଅନୁଷ୍ଠିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । 

 (ବିଜେପି ମିଡିଆ ସେଲ୍‌)