ପିନ୍ଧିବାକୁ ପଡ଼ିବନି ଚାଳିଶିଆ ଚଷମା !
PresVu Eye Drop
ପ୍ରେସ-ଭୁ ଆଇ ଡ୍ରପ୍କୁ ଡିସିଜିଆଇର ଅନୁମୋଦନ
ନୂଆଦିଲ୍ଳୀ : ଆଉ ଚାଳିଶିଆ ଚଷମା ପିନ୍ଧିବାକୁ ପଡ଼ିବ ନାହିଁ । ଚଷମା ବଦଳରେ ଆଖିରେ ପଡ଼ିବ ଆଇ ଡ୍ରପ୍ । ଏଣ୍ଟୋଡ଼ ଫାର୍ମାସିଉଟିକାଲ ପକ୍ଷରୁ ପ୍ରସ୍ତୁତ ପ୍ରେସ-ଭୁ ଆଇଡ୍ରପ ରିଡ଼ିଂ ଗ୍ଳାସ ବା ଚାଳିଶିଆ ଚଷମା ସମସ୍ୟାକୁ ଦୂରୀଭୂତ କରିପାରିବ । କମ୍ପାନୀ ପକ୍ଷରୁ ଏହି ଦାବି କରାଯାଇଥିବାବେଳେ ଏହାକୁ ଡିଜିସିଆଇ ଅନୁମୋଦନ ପ୍ରଦାନ କରିଛନ୍ତି । ଆସନ୍ତା ଅକ୍ଟୋବରରୁ ଏହା ବଜାରରେ ଉପଲବ୍ଧ ହେବାର ଥିବାବେଳେ ଏହାର ଦାମ୍ ୩୫୦ ଟଙ୍କା ରହିବ ବୋଲି ସୂଚନା ଦିଆଯାଇଛି ।
ବିଶ୍ୱର ପ୍ରାୟ ୧୮୦ କୋଟି ଲୋକ ଚାଳିଶିଆ ସମସ୍ୟାର ସାମ୍ନା କରିଥା’ନ୍ତି । ସାଧାରଣତଃ ଚାଳିଶ ବର୍ଷ ବୟସରେ ଏହା ଆରମ୍ଭ ହେଉଥିବାବେଳେ ୬୦ ବର୍ଷକୁ ବେଳକୁ ଗୁରୁତର ହୋଇଥାଏ । ପ୍ରସିବ୍ୟୋପିଆ ବା ଚାଳିଶିଆ ସମସ୍ୟାର ନିରାକରଣ ପାଇଁ ପ୍ରେସଭୁ ଦେଶର ପ୍ରଥମ ଆଇଡ୍ରପ୍ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହି ଡ୍ରପ୍ ପଡ଼ିଲେ ଆଖିର କୋଷିକା ଆଉ ଶୁଷ୍କ ହେବନାହିଁ । ଦୀର୍ଘଦିନ ଧରି ବ୍ୟବହାର କରିବା ନିରାପଦ ବୋଲି କୁହାଯାଉଛି ।
ମାତ୍ର ୧୫ ମିନିଟ ଭିତରେ ପ୍ରେସ-ଭୁ ଚାଳିଶିଆ ସମସ୍ୟାର ଦୂରୀଭୂତ କରିପାରିବ । ଅକ୍ଟୋବର ପ୍ରଥମ ସପ୍ତାହରେ ଏହାକୁ ବଜାରକୁ ଛାଡ଼ିବା ପାଇଁ କମ୍ପାନୀ ଯୋଜନା କରିଛି । ପ୍ରଥମେ ଏହାର ମୂଲ୍ୟ ୩୫୦ ଟଙ୍କା ରଖଶଯିବ । ଯାହାଦ୍ୱାରା ୪୦ରୁ ୫୫ ବର୍ଷ ବୟସର ଲୋକ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।