ବଡ଼ ଖବର : ଚାଳିଶିଆ ପାଇଁ ଚଷମା ନୁହଁ ଆଖିରେ ଡ୍ରପ ପଡ଼ିବ 

Entod Pharmaceuticals gets DCGI approval for eye drops to treat presbyopia

ବଡ଼ ଖବର : ଚାଳିଶିଆ ପାଇଁ ଚଷମା ନୁହଁ ଆଖିରେ ଡ୍ରପ ପଡ଼ିବ 

ନୂଆଦିଲ୍ଳୀ : ଆଉ ଚାଳିଶିଆ ଚଷମା ପିନ୍ଧିବାକୁ ପଡ଼ିବ ନାହିଁ  । ଆଖିରେ ଡ୍ରପ ପକାଇଲେ ଚାଳିଶିଆ ଦୋଷ ରହିବନି  । ଏଂଟୋଡ଼ ଫାର୍ମାସିଉଟିକାଲ ପକ୍ଷରୁ ଏହି ଦାବି କରାଯାଇଛି  । ଡିସିଜିଆଇ ଦ୍ୱାରା ଏହାର ଆଇ ଡ୍ରପ ଅନୁମୋଦନ ଲାଭକରିଛି  । ଅକ୍ଟୋବରରୁ ଏହା ଘରୋଇ ବଜାରରେ ଉଲବ୍ଧ ହେବ  । ଚାଳିଶିଆ କ୍ଷେତ୍ରରେ ଏହା ଦେଶର ପ୍ରଥମ ଆଇ ଡ୍ରପ  । ସାଧାରଣତଃ ଚାଳିଶ ବର୍ଷ ଡେଇଁଲେ ଆଖି ଜାଲଜାଲିଆ ଦିଶେ  । ଲେଖାପଢ଼ା ଭଲ ଭାବେ ହୋଇପାରେନି  । ସେଥିପାଇଁ ଅନେକ ଚଷମା ପିନ୍ଧିବାକୁ ବାଧ୍ୟ ହୋଇଥା’ନ୍ତି  । ବିଶ୍ୱର ପ୍ରାୟ ୧୮୦ କୋଟି ଲୋକ ଚାଳିଶିଆ ସମସ୍ୟାର ସାମ୍ନା କରିଥା’ନ୍ତି  । ଏହି ଆଇ ଡ୍ରପ୍‌ କାମ କଲେ ଆଉ ଚଷମା ଲଗାଇବାକୁ ପଡ଼ିବ ନାହିଁ  ।