ବ୍ୟାସନଗରରେ ମା’ ବିରଜାଙ୍କର ଷୋଡଶ ପୂଜା
ବ୍ୟାସନଗର: ମା’ ବିରଜାଙ୍କର ପାର୍ବଣ ଯାତ୍ରା ଅବସରରେ ବିରଜାନଗର ବ୍ୟାସନଗର ଥିବା ବିରଜା ମନ୍ଦିରରେ ମା’ବିରଜାଙ୍କ ଷୋଡ଼ଶ ପୂଜା ଆରମ୍ଭ ହୋଇଯାଇଛି । ରାତ୍ର ୮ଟା ୪୭ ମିନିଟ ପରେ ମନ୍ଦିରରୁ ଏକ କଳସ ଶୋଭା ଯାତ୍ରା ବାହିରି ଥିଲା । ଶୋଭା ଯାତ୍ରାରେ ଶତାଧିକ ଭକ୍ତ ଧବଳଗିରି ଶିବ ମନ୍ଦିର ପାଖ ପୁଷ୍କରିଣୀରୁ ସଂକଳ୍ପ କଳସ ଧରି ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିରର ମୁଖ୍ୟ ପୂଜକ କୈଳାସ ନନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନରେ ପୂଜା ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରରେ ମନ୍ଦିର ପରିଚାଳନା କମିଟିର ସଭାପତି ନିତ୍ୟାନନ୍ଦ ମହାଳିକ, ସାଧାରଣ ସମ୍ପାଦକ ପ୍ରଫୁଲ କୁମାର ସାହୁ, କାର୍ଯ୍ୟକାରୀ ସଭପତି ସନ୍ତୋଷ କୁମାର ପାଢୀ, ସହ ସମ୍ପାଦକ ଭାଗ୍ୟଧର ମହାରଣା, ଉପଦେଷ୍ଟା ନିରଞ୍ଜନ ବିଶ୍ୱାଳ, ବିଜୟ କୁମାର ବରାଳ, କାମଦେବ ଦାସ, ପ୍ରକାଶ କୁଅର, ନିରଂଜନ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ସୁରେନ୍ଦ୍ର ନାଏକ, ରମେଶ କାଣ୍ଡୀ, ଦିଲ୍ଲୀପ କୁମାର ମହାନ୍ତି, ପ୍ରକାଶ ସାହୁ, ଦିବ୍ୟାଂଶୁ ମହାନ୍ତି, ବିଶ୍ୱରଞ୍ଜନ ମଲିକ, ଧନେଶ୍ୱର ଦାସ, ଶ୍ରୀମନ୍ତ କୁମାର ସାହୁ, ସ୍ମୃତିରଞ୍ଜନ ପଣ୍ଡା, ବିମାନ ଆଇଚ, ସୁନିଲ ଜେନା ଶୃଙ୍ଖଳିତ ପରିଚାଳନା କରିଥିଲେ ।