କବିତା ଆସର
ଜୟପୁର: ଜୟପୁର ସାହିତ୍ୟ ପରିଷଦର କବିତା ଆସର ଅନୁଷ୍ଠାନର ସଭାପତି ହରିହର କରସୁଧା ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ ପ୍ରଥମେ ଆସର ସମ୍ପର୍କରେ ସ୍ୱଳ୍ପ ଆଲେଖ୍ୟ ରଖିଥିଲେ । ପରେ ସାମ୍ପ୍ରତିକ ସାହିତ୍ୟରେ ରୁଚିବୋଧ ଉପରେ ଅତିଥିଙ୍କ ବକ୍ତବ୍ୟ ରହିଥିଲା । ଅବୀର ଆସରରେ ଚାଲିଶିରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ଯୋଗଦାନ କରିଥିଲେ । ସମସ୍ତ କବିତା ପାଠ ପରେ ପଠିତ କବିତା ଉପରେ ସଭାପତି ଆଲୋକପାତ କରିଥିଲେ । ପରି ଶେଷରେ ଉପ ସଭାପତି ଡ.ସୁଧାଂଶୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ । ଆଗାମୀ ୩୧ ତାରିଖରେ ସଂଗୀତ ନାଟକ ଏକାଡେମୀ ଏବଂ ଜୟପୁର ସହିତ୍ୟ ପରିଷଦ ଆନୁକୂଲ୍ୟରେ ସାହିତ୍ୟିକ ବିକ୍ରମଦେବ ବର୍ମାଙ୍କ ସ୍ମତିଚାରଣ କରାଯିବ ବୋଲି ସମ୍ପାଦକ ସୂଚନା ପ୍ରଦାନ କହିଥିଲେ ।