ଜାପାନକୁ ଟପିଲା ଭାରତ
ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ଭାରତ ଚତୁର୍ଥ ମହାଶକ୍ତି ରୂପେ ଉଭା ହୋଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ତଥ୍ୟ ଅନୁସାରେ ଭାରତର ଜିଡିପି ୪.୧୯ ଟ୍ରିଲିୟନ୍ ଡଲାର ଆଧାରରେ ଭାରତ ଏବେ ବିଶ୍ୱରେ ଚତୁର୍ଥ ସ୍ଥାନରେ ପହଞ୍ଚôଛି । ନିତିଆୟୋଗ ସିଇଓ ବିଭିଆର୍ ସୁବ୍ରମଣ୍ୟମ୍ ଗତକାଲି ନିତିଆୟୋଗ ପରିଷଦର ୧୦ମ ବୈଠକରେ ଆଇଏମ୍ଏଫ୍ ତଥ୍ୟ ଆଧାରରେ ଏହା ପ୍ରକାଶ କରିଛନ୍ତି । ଏହାସହ ସୁବ୍ରମଣ୍ୟମ୍ କହିଛନ୍ତି ଜାପାନକୁ ପଛରେ ପକାଇ ଭାରତ ବିଶ୍ୱରେ ଏହିସ୍ଥାନ ନେଇଛି । ଭାରତ ବର୍ତ୍ତମାନ ଜାପାନ ଠାରୁ ଊଦ୍ଧ୍ୱର୍ରେ ରହିଥିବା ବେଳେ ଆଗାମୀ ଦିନରେ ତୃତୀୟ ଅର୍ଥ ମହାଶକ୍ତି ଥିବା ଜର୍ମାନୀକୁ ପଛରେ ଭାରତ ତୃତୀୟ ସ୍ଥାନ ଗ୍ରହଣ କରିବ ବୋଲି ସୁବ୍ରମଣ୍ୟମ୍ ଭବିଷ୍ୟବାଣୀ କରିଛନ୍ତି ।
ସୂଚନା ଯେ, ଆଇଏମ୍ଏଫ୍ ପକ୍ଷରୁ ବିଶ୍ୱସ୍ତରରେ ଟପ୍ ଟେନ୍ ଅର୍ଥ ମହାଶକ୍ତି ତାଲିକା ପ୍ରକାଶ ପାଇଛି । ଏହି ଆଧାରରେ ୩୦.୫୧ ଟ୍ରିଲିଅନ୍ ଡଲାର୍ ଜିଡିପି ଆଧାରରେ ଆମେରିକା ସର୍ବାଗ୍ରେ ରହିଥିବା ବେଳେ ତା ପଛକୁ ୧୯.୨୩ ଟ୍ରିଲିଅନ୍ ଡଲାର୍ ଜିଡିପିରେ ଚୀନ୍ ଦ୍ୱିତୀୟ, ୪.୭୪ ଟ୍ରିଲିଅନ୍ ଡଲାର୍ ଜିଡିପିରେ ଜର୍ମାନୀ ତୃତୀୟ, ଭାରତ ଚତୁର୍ଥ, ୪.୧୯ ଟ୍ରିଲିଅନ୍ ଡଲାର୍ ଜିଡିପିରେ ଜାପାନ ପଞ୍ଚମ, ୩.୮୪ ଟ୍ରିଲିଅନ୍ ଡଲାର୍ ଜିଡିପିରେ ୟୁକେ ଷଷ୍ଠ, ୩.୨୧ ଟ୍ରିଲିଅନ୍ ଡଲାର୍ ଜିଡିପିରେ ଫ୍ରାନ୍ସ ୭ମ, ୨.୪୨ ଟ୍ରିଲିଅନ୍ ଡଲାର୍ ଜିଡିପିରେ ଇଟାଲୀ ୮ମ, ୨.୨୩ ଟ୍ରିଲିଅନ୍ ଡଲାର୍ ଜିଡିପିରେ କାନାଡ଼ା ୯ମ ଏବଂ ୨.୧୩ ଟ୍ରିଲିଅନ୍ ଡଲାର୍ ଜିଡିପିରେ ବ୍ରାଜିଲ୍ ଦଶମ ସ୍ଥାନରେ ରହିଛି ।