ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କା

ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ମିଳିବ। ଆଜି ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସେ କହିଛନ୍ତି, ୟୁପିଏ ସରକାର ବେଳେ ବାର୍ଷିକ ୮୩୮ କୋଟି ଟଙ୍କା ମିଳୁଥିଲା। ଏବେ ଓଡ଼ିଶାକୁ ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଅନୁଦାନ ମିଳୁଛି। ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍‌କରଣ ହୋଇଯାଇଛି। ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ଅଣ୍ଡର ପାସ୍‌ ନିର୍ମାଣ ହୋଇଛି। ରାଜ୍ୟର ୫୯ ଷ୍ଟେସନକୁ ଅମୃତଭାରତ ଷ୍ଟେସନ କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।