ପଡ଼ିଶା ଧାନ ଗାଡି ଉପରେ ଓଡ଼ିଶାର କଡ଼ା ନଜର
ଭୁବନେଶ୍ୱର: ଏଣିକି ଓଡ଼ିଶାର ଧାନ ଆଉ ବାହାର ରାଜ୍ୟକୁ ଯାଇ ପାରିବ ନାହିଁ କି, ରାଜ୍ୟ ବାହାରୁ ଓଡ଼ିଶାକୁ ମଧ୍ୟ ଧାନ ଆସି ପାରିବ ନାହିଁ । ସେଥିପାଇଁ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି । ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ଯଥୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷକରି ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଏହି ଉଦେ୍ଦଶ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ୨୧୭ଟି ଏନଫୋର୍ସମେଣ୍ଟ ଟିମ୍କୁ ମୁତୟନ ହୋଇଛନ୍ତି । ସେମାନେ ବିଶେଷ କରି ସୀମାବର୍ତ୍ତୀ ରାଜ୍ୟରୁ ଧାନନେଇ ଆମ ରାଜ୍ୟ ମଧ୍ୟକୁ ଆସୁଥିବା ଗାଡି ଉପରେ ନଜର ରଖୁଛନ୍ତି । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେହି ଗାଡ଼ିକୁ ଜବତ କରିବାକୁ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏ ସଂକ୍ରାନ୍ତରେ କଡ଼ା ନିଦେ୍ର୍ଦଶ ଦେବା ସହ ଆବଶ୍ୟକତା ଅନୁଯାୟୀ ଇନଫୋର୍ସମେଣ୍ଟ ମୁତୟନ କରିଛନ୍ତି । ଏ କ୍ଷେତ୍ରରେ ଜିଲ୍ଲା ଯୋଗାଣ ଅଧିକାରୀମାନେ ମଧ୍ୟ ସମସ୍ତ ସହଯୋଗ ପ୍ରଦାନ କରୁଛନ୍ତି ।